ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ ( ୦୮-୦୬-୨୦୨୨ )

ମେଷ: ଗୁରୁଜନଙ୍କ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। କର୍ମକ୍ଷେତ୍ରରେ ନୂତନ ସହକର୍ମୀଙ୍କ ସହ ଘନିଷ୍ଠତା ବଢ଼ିପାରେ। ବନ୍ଧୁବର୍ଗଙ୍କଠାରୁ ସହଯୋଗ ପାଇବେ। ଅର୍ଥପ୍ରାପ୍ତିର ନୂତନ ମାର୍ଗ ଉନ୍ମୁକ୍ତ ହେବେ।

ବୃଷ: ଯେଉଁ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସଫଳତା ପାଇବେ। ଅକସ୍ମାତ ବିବାହ ସ୍ଥିର ହୋଇପାରେ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲିକ୍ଷିତ ହେବ। ନୂତନ ନିଯୁକ୍ତି ସୁଯୋଗ ରହିଛି।

ମିଥୁନ: ନୂଆ ଯୋଜନା କରି ଲାଭବାନ ହେବେ। କର୍ମକ୍ଷେତ୍ରରେ ନିଜର ଦୁର୍ବଳତା ପାଇଁ ଲଜ୍ଜିତ ହେବେ। କଠିନ ପରିସ୍ଥିତିର ମୁକାବିଲା କରିବେ। ପରିବାର ବର୍ଗଙ୍କ ସହାୟତା ପାଇ ଆଗକୁ ବଢ଼ିବେ।

କର୍କଟ: ଦିନଟି ମଧ୍ୟମ ଧରଣର ରହିବ। ସ୍ବାସ୍ଥ୍ୟରେ ଅବନତି ଘଟିବ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ପରିବାର ସଦସ୍ୟଙ୍କୁ ନେଇ ଚିନ୍ତିତ ରହିବେ। ଜୀବନସାଥୀଙ୍କ ଆଶାକୁ ପୂରଣ କରିବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଉତ୍ସାହର ସହ କାର୍ଯ୍ୟ କରି ଆଗକୁ ବଢ଼ିବେ। ନୂତନ ନିବେଶ କରି ଲାଭବାନ ହେବେ। ମାନସିକ ଶାନ୍ତି ପାଇଁ ଅଯଥା କଥାରୁ ଦୂରେଇ ରୁହନ୍ତୁ। ବରିଷ୍ଠ ଅଧିକାରୀଙ୍କଠାରୁ ପରାମର୍ଶ ପାଇବେ।

କନ୍ୟା: ଦିନଟିରେ କୌଣସି ଶୁଭ ଖବର ପାଇପାରନ୍ତି। ଯୋଜନା ଫଳପ୍ରସୂ ହେବ। ସାଂସାରିକ ଧର୍ମାଦି କାର୍ଯ୍ୟରେ ମନ ରହିବ। ଚାକିରିରେ ନିଷ୍ଠାପର ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ତୁଳା: ଭବିଷ୍ୟତ ପାଇଁ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ସଫଳତା ପାଇବାର ସମ୍ଭାବନା ରହିଛି। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଅଧିକ ସମୟ ସନ୍ତାନସନ୍ତତିଙ୍କ ସହ କଟାଇବେ।

ବିଛା: ଗୁରୁଜନଙ୍କ ଆଶୀର୍ବାଦ ପାଇବେ। ସକାରାତ୍ମକ ଚିନ୍ତା ନେଇ ଆଗକୁ ବଢ଼ିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ।

ଧନୁ: ଦିନଟି ନିରାଶମୟ ରହିପାରେ। ଦୁଃସାହସିକ ପଦକ୍ଷେପ ନେଇ ସଫଳ ହେବେ। ଚାକିରିରେ ଦାୟିତ୍ବବୋଧ ରହିବ। ପରିବାର ସହଯୋଗରେ ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ।

ମକର: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ଧ୍ୟାନ ଦେବେ। ଶତ୍ରୁମାନଙ୍କ କୂଟ ଚକ୍ରାନ୍ତର ଶିକାର ହୋଇପାରନ୍ତି। ଆର୍ଥିକସ୍ତରରେ ପରିବର୍ତ୍ତନ ଆସିବ। ପାରିବାରିକ ସମସ୍ୟାର ସମାଧାନ ଘଟିବ।

କୁମ୍ଭ:ଦିନଟି ହର୍ଷୋଲ୍ଲାସରେ କଟିବ। ଧନସମ୍ମାନ ପ୍ରାପ୍ତି ହୋଇପାରେ। ବନ୍ଧୁବାନ୍ଧବଙ୍କଠାରୁ ସାହାଯ୍ୟ ପାଇବେ। ଦରକାରୀ କାଗଜପତ୍ରକୁ ଧ୍ୟାନର ସହ ରଖନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ହେବ।

ମୀନ: ଦିନଟିରେ ସୁଖ ସମୃଦ୍ଧି ପ୍ରାପ୍ତି ହେବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ଆର୍ଥିକସ୍ତରରେ ପରିବର୍ତ୍ତନ ଆସିବ। କ୍ୟାରିୟରରେ ସଫଳତା ପାଇବେ।

Leave A Reply

Your email address will not be published.