ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ (୦୬-୦୭-୨୦୨୨)

ମେଷ: ଶୁଭ ଖବର ପାଇ ଉତ୍ସାହତି ହେେବେ। ପରିବାର ସହ ତୀର୍ଥସ୍ଥାନକୁ ଯାତ୍ରା କରିପାରନ୍ତି। ଆର୍ଥିକକ୍ଷେତ୍ରରେ ଉନ୍ନତି ଦେଖାଦେବ। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ବୈବାହିକ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ।

ବୃଷ: ଦରକାରୀ କାଗଜପତ୍ର ଦାୟିତ୍ବର ସହ ରଖନ୍ତୁ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। କୋର୍ଟକଚେରୀ ମାମଲାରେ ଯାତ୍ରା କରିପାରନ୍ତି। ଆତ୍ମବିଶ୍ବାସ ଓ ସାହସିକତା ଫଳରେ ଉନ୍ନତିପଥରେ ଅଗ୍ରସର ହେବେ।

ମିଥୁନ: ଦିନଟି ଜଗି ରହି ଚଳନ୍ତୁ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ। ଅକସ୍ମାତ୍‌ଧନ ଲାଭ ଯୋଗ ରହିଛି। ଜୀବନସାଥୀଙ୍କ ସହ ତିକ୍ତତା ଦେଖାଦେବ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ।

କର୍କଟ: ଧାର୍ମିକ ଚିନ୍ତାରେ ଦିନଟି ଅତିବାହିତ ହେବ। ଦାନ, ଧର୍ମ କରି ଆତ୍ମସନ୍ତୋଷ ପାଇବେ। ଭାବିଚିନ୍ତି କରିଥିବା କାର୍ଯ୍ୟ ପାଇଁ ଲାଭାନ୍ବିତ ହେବେ। ଭାଗୀଦାରୀ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ।

ଏଥିସହିତ ପଢ଼ନ୍ତୁ

ସିଂହ: ସମସ୍ତ କାର୍ଯ୍ୟକୁ ଧ୍ୟାନ ସହକାରେ କରିବେ। ତରବରିଆ ଭାବରେ ନିବେଶ କରନ୍ତୁ ନାହିଁ। ଗୁରୁଜନଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରି ସଫଳ ହେବେ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ।

କନ୍ୟା: ଆର୍ଥିକ ଉନ୍ନତି ପାଇଁ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ। କର୍ମକ୍ଷେତ୍ରରେ ନିଜ ପ୍ରତିଭାର ପରିଚୟ ଦେବେ। ବିବାହ ପ୍ରସ୍ତାବ ମନରେ ନକାରାତ୍ମକ ପ୍ରଭାବ ପକାଇପାରେ।

ତୁଳା: ଦୀର୍ଘଦିନର ସମସ୍ୟାର ସମାଧାନ ହେବ। ଜୀବନରେ ନୂତନ ପରିବର୍ତ୍ତନ ଆସିବ। ନିଜ ଭୁଲ୍‌କୁ ସ୍ବୀକାର କରିନେବା ଆପଣଙ୍କ ପାଇଁ ଉଚିତ ରହିବ। ସମୟର ସଦୁପଯୋଗ କରିବେ।

ବିଛା: ଦେହ ଓ ମନ ଭଲ ରହିବେ। ନିକଟତମ ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି। ସକାରାତ୍ମକ ଚିନ୍ତାଧାରାରେ ଆଗକୁ ବଢ଼ିବେ। ନିଜ ଲକ୍ଷ୍ୟ ପୂରଣ ଦିଗରେ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିବେ।

ଧନୁ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ଆପଣଙ୍କ ଆବିଶ୍ବାସକୁ ବୃଦ୍ଧି କରିବ। ସାଙ୍ଗସାଥୀଙ୍କ ସହଯୋଗରେ ଉନ୍ନତି କରିବେ। ବ୍ୟବସାୟରୁ ଲାଭାନ୍ବିତ ହେବେ। ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ମକର: ଅକସ୍ମାତ୍‌ ପ୍ରିୟଜନଙ୍କ ସହ ମିଳନ ହୋଇପାରେ। ଆର୍ଥିକ କାରବାରରେ ସମସ୍ୟା ଦେଖା ଦେଇପାରେ। ପୂର୍ବରୁ କରିଥିବା ପରିଶ୍ରମର ଫଳ ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି।

କୁମ୍ଭ: ନିଜ ଇଚ୍ଛା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅର୍ଥହାନିର ଶିକାର ହେବେ। ଜୀବନସାଥୀଙ୍କୁ ମନକଥା କହି ସନ୍ତୋଷ ଲାଭ କରିବେ। ପରିବାରବର୍ଗଙ୍କଠାରୁ ନକାରାତ୍ମକ ପ୍ରତିକ୍ରିୟା ମିଳିପାରେ।

ମୀନ: ନିଜ ସ୍ବପ୍ନକୁ ପୂରଣ କରିବାକୁ ବନ୍ଧୁବାନ୍ଧବଙ୍କ ସାହଯ୍ୟ ଲୋଡ଼ିବେ। ଅଯଥା ବସ୍ତୁ କ୍ରୟ କରିବାରୁ ଦୂରେଇ ରୁହନ୍ତୁ। ଅଧିକ ଦାୟିତ୍ବଭାର ଯୋଗଁୁ ଥକ୍କା ଅନୁଭବ କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଆଗୁଆ ରହିବେ।

Leave A Reply

Your email address will not be published.