ବୁଧବାର ରାଶିଫଳ (୦୫-୦୫-୨୦୨୧)

ମେଷ: ଦିନଟି ସୁଖସମୃଦ୍ଧି ପ୍ରାପ୍ତି ହେବ। ଅଧୁରା ସ୍ବପ୍ନ ସାକାର ହେବ। ମହିଳାମାନେ ମୁନିର୍ଭରଶୀଳ ହେବେ। ଶିଳ୍ପ ଓ ବାଣିଜ୍ୟରେ ଆୟବୃଦ୍ଧି ଓ ସଞ୍ଚୟ ହେବ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍
ବୃଷ: କାର୍ଯ୍ୟ ସିଦ୍ଧି ସହ ମାନସମ୍ମାନ ପ୍ରାପ୍ତି ହେବ | ଚାକିରିରେ ଦାୟିତ୍ବବୋଧ ରହିବ। ରାଜନୀତିରେ ପ୍ରସିଦ୍ଧି ବଢିବ। ବାଣିଜ୍ୟରେ ସଫଳତା ମିଳିବ। ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା
ମିଥୁନ: ଅନ୍ୟକୁ ସାହାଯ୍ୟ କରି ମଧ୍ୟ ଦୁର୍ନାମ ପାଇବେ । ମହିଳାମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡ଼ିପାରନ୍ତି। ପରିବହନ, ଶିଳ୍ପ ଓ ବାଣିଜ୍ୟରେ ସମସ୍ୟା ରହିବ। ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିକ୍
କର୍କଟ: ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହେବେ ଚାକିରିରେ ଅସହଯୋଗ ମିଳିବ। ରାଜନୀତିରେ ଶତ୍ରୁବୃଦ୍ଧି ହେବେ। ମହିଳାମାନେ ଚିନ୍ତାରେ ରହିବେ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ| ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍
ସିଂହ: ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ମହିଳାମାନେ ଆଦର୍ଶ ଜୀବନ ବିତାଇବେ । ରାଜନୀତିରେ ସକ୍ରିୟ ରହିବେ । ବାଣିଜ୍ୟରେ ଉତ୍ସାହଜନକ ରହିବ। ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ
କନ୍ୟା: ଦିନଟି ଚଳଚଞ୍ଚଳ ରହିବେ। ଆର୍ଥିକ ସ୍ବଚ୍ଛଳତା ରହିବ। ମହିଳାମାନେ ଯୋଗ୍ୟ ପ୍ରତିପାଦିତ ହେବେ | ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲଭର୍
ତୁଳା: କର୍ମକ୍ଷେତ୍ରରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ସାଂସାରିକ ସନ୍ତାନ ଚିନ୍ତା ରହିବ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ ମାନ୍ଦା ରହିବ। ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା
ବିଛା: ବହୁ ଚେଷ୍ଟା କରି ସଫଳତା ପାଇବେ | ଚାକିରିରେ ପ୍ରଶଂସା ପାଇବେ । ରାଜନୀତିରେ ଚଳଚଞ୍ଚଳ ରହିବେ । ପରିବହନ ଓ ବାଣିଜ୍ୟରେ ସ୍ବଳ୍ପ ଲାଭ ହେବ। ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି
ଧନୁ: ସମାଜରେ ଉତ୍ତମ ଆସନରେ ଅଳଙ୍କୃତ ହେବେ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ | ଚାକିରିରେ ନିଷ୍ଠା ରହିବ। ବାଣିଜ୍ୟରେ ମନମୁତାବକ ଫଳ ମିଳିବ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍
ମକର: ଆର୍ଥିକ ସ୍ଥିତି ଭଲ ରହିବ ନାହିଁ । ଚାକିରିରେ ଅସ୍ଥିରମନା ରହିବେ। ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ ଶିଳ୍ପ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍
କୁମ୍ଭ: ଦିନଟି ପ୍ରସନ୍ନତା ଭିତରେ କଟିବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ମହିଳାମାନେ ସୁଖୀ ରହିବେ। ବାଣିଜ୍ୟରେ ଶୁଭଫଳ ମିଳିବ। ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ
ମୀନ: ଘାତଚକ୍ର କାରଣରୁ ଠକାମିରେ ପଡିପାରନ୍ତି। ଚାକିରିରେ ଚାପ ରହିବ। ରାଜନୀତିରେ ଜଟିଳ ପରିସ୍ଥିତି ରହିବ। ଶିଳ୍ପ ଓ ବାଣିଜ୍ୟରେ ପ୍ରତିକୂଳ ରହିବ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା