ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ (୦୫-୦୧-୨୦୨୨)

ମେଷ: ଦଶମସ୍ଥ ଚନ୍ଦ୍ରଙ୍କ ଚଳନ ହେତୁ କାର୍ଯ୍ୟସିଦ୍ଧି ସହ ସୁଖ ସମ୍ମାନ ପାଇବେ। ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟରେ ଉତ୍ତମ ଆୟ ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ। ଶୁଭ ଅଙ୍କ-୩, ଶୁଭ ରଙ୍ଗ- ଗୋଲଡେନ୍‌।

ବୃଷ: ଦେହ ମନ ଭଲ ରହିବ। କୌଣସି ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ରାଜନୀତିରେ ସମ୍ମାନ ପାଇବେ। ଶିଳ୍ପ ଓ ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଅଧ୍ୟୟନପ୍ରିୟ ହେବେ। ଶୁଭ ଅଙ୍କ-୮, ଶୁଭ ରଙ୍ଗ- କଳା।

ମିଥୁନ: ସମସ୍ୟା ଘେରରେ ରହିବେ।ରାଜନୀତିରେ ପ୍ରତିକୂଳ ପରିସ୍ଥିତି ରହିବ। ମହିଳାମାନେ ହତୋତ୍ସାହ ରହିବେ। ଶିଳ୍ପ ଓ ବାଣିଜ୍ୟରେ କ୍ଷତି ହେବ। ଶିକ୍ଷାର୍ଥୀ ଭ୍ରମରେ ପଡ଼ିବେ। ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ।

କର୍କଟ:ଦିନଟି ଆଶା ମୁତାବକ ଫଳ ପାଇବେ। ଚାକିରିରେ ଧନ ସମ୍ମାନ ପାଇବେ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ଉନ୍ନତି ହେବ। ଶିକ୍ଷାର୍ଥୀ ସଫଳ ହେବେ। ଶୁଭ ଅଙ୍ଗ-୩,ଶୁଭ ରଙ୍ଗ-କ୍ରିମ୍‌।

ଏଥିସହିତ ପଢ଼ନ୍ତୁ

ସିଂହ: ବହୁ ପରିଶ୍ରମ କରି ସାଧାରଣ ଫଳ ପାଇବେ। ଚାକିରିରେ ବ୍ୟସ୍ତତା ଭିତରେ କଟିବ। ମହିଳାମାନେ ଅସ୍ଥିରମନା ରହିବେ। ବାଣିଜ୍ୟରେ ପୁଞ୍ଜିନିବେଶ କରି ଚିନ୍ତାରେ ରହିବେ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ। ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ।

କନ୍ୟା: ଦିନଟି ସୁଖ ସନ୍ତୋଷ ଭିତରେ କଟିବ। ଚାକିରିରେ ଦାୟିତ୍ବବୋଧ ରହିବ । ମହିଳାମାନେ ଯଶ ପାଇବେ। ବାଣିଜ୍ୟରେ ଲାଭଜନକ ରହିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ। ଶୁଭ ଅଙ୍କ-୨,ଶୁଭ ରଙ୍ଗ- ସିଲଭର୍‌।

ତୁଳା: କାର୍ଯ୍ୟ ବିଳମ୍ବ ଓ ଅଯଥା ବ୍ୟୟ କାରଣରୁ ଚିନ୍ତାରେ ରହିବେ। ଚାକିରିରେ କାର୍ଯ୍ୟଭାର ରହିବ। ପରିବହନ ଓ ବାଣିଜ୍ୟରେ ମନ୍ଥର ରହିବ। ଶିକ୍ଷାର୍ଥୀ ଅସ୍ଥିରମନା ରହିବେ । ଶୁଭ ଅଙ୍କ- ୪, ଶୁଭ ରଙ୍ଗ- ମେଟାଲିକ୍‌।

ବିଛା: ଉଚ୍ଚ ଆଶା ପୂରଣ ହେବ। ମହିଳାମାେନ ଆତ୍ମନିର୍ଭରଶୀଳ ରହିବେ। ପ୍ରଶାସନିକ ଓ ରାଜନୀତିରେ ସକ୍ରିୟ ରହିବେ। ବାଣିଜ୍ୟରେ ଖୁବ୍‌ ଭଲ ହେବ। ଶିକ୍ଷାର୍ଥୀ ଦୃଢ଼ମନା ରହିବେ। ଶୁଭ ଅଙ୍କ- ୧, ଶୁଭ ରଙ୍ଗ- ପିଙ୍କ୍‌।

ଧନୁ: ଦିନଟିରେ ଧନସମ୍ମାନ ପ୍ରାପ୍ତି ହେବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ମହିଳାମାନେ କର୍ମତତ୍ପର ରହିବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ। ଶୁଭ ଅଙ୍କ-୩, ଶୁଭ ରଙ୍ଗ- ଗୋଲ୍‌ଡେନ୍‌।

ମକର: ଉଚ୍ଚ ଆଶା ପୂରଣ ହେବ। ମହିଳାମାନେ ଯଶ ପାଇବେ। ପ୍ରଶାସନିକ ସୁନାମ ପାଇବେ। ଚାକିରିରେ ସହଯୋଗ ପାଇବେ। ବାଣିଜ୍ୟ ସନ୍ତୋଷଜନକ ରହିବ। ଶିକ୍ଷାର୍ଥୀ ପ୍ରସନ୍ନ ରହିବେ। ଶୁଭ ଅଙ୍କ- ୮, ଶୁଭ ରଙ୍ଗ- ନୀଳ।

କୁମ୍ଭ: କର୍ମକ୍ଷେତ୍ରରେ ବିରୋଧାଭାସ ରହିବ। ଚାକିରିରେ ସମସସ୍ୟା ରହିବ। ମହିଳାମାନେ ଚିନ୍ତାରେ ରହିବେ। ରାଜନୀତି ପ୍ରତିଦ୍ବନ୍ଦ୍ବୀ ରହିବେ। ବାଣିଜ୍ୟ ମାନ୍ଦା ରହିବ । ଶିକ୍ଷାର୍ଥୀ ଆଳସ୍ୟ ରହିବ। ଶୁଭ ଅଙ୍କ- ୩, ଶୁଭ ରଙ୍ଗ- ହଳଦିଆ।

ମୀନ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବେ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ମହିଳାମାନେ ସ୍ବାଭିମାନୀ ହେବେ। ବାଣିଜ୍ୟରେ ଆୟ ବୃଦ୍ଧି ଓ ସଞ୍ଚୟ ହେବ।ଶୁଭ ଅଙ୍କ- ୨, ଶୁଭ ରଙ୍ଗ- ସିଲଭର୍‌।

Leave A Reply

Your email address will not be published.