ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ (୦୪-୦୧-୨୦୨୩)

ମେଷ : ଆଧ୍ୟାତ୍ମିକତା ପ୍ରତି ରୁଚି ବଢ଼ିବ । ଗଭୀର ଭାବନା ଆପଣଙ୍କୁ କଷ୍ଟ ଦେଇପାରେ । ବାକ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଚାନକ ଧନଲାଭ ହେବ। ନୂଆ କାର୍ଯ୍ୟଗୁଡ଼ିକ ପ୍ରାରମ୍ଭ କରନ୍ତୁ ନାହିଁ।

ବୃଷ : ପରିବାର ସହ ସୁଖଶାନ୍ତିରେ ଦିନଟି କଟିବ। ଦୂରଯାତ୍ରା କରିବାର ଯୋଗ ରହିଛି। ଗୁରୁଜନଙ୍କ ସ୍ବାସ୍ଥ୍ୟ ଭଲ ରହିବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। କୌଣସି ଶୁଭ ସମାଚାର ପାଇପାରନ୍ତି।

ମିଥୁନ: ପଡ଼ୋଶୀଙ୍କ ସହଯୋଗରେ ସମସ୍ୟାରୁ ମୁକ୍ତି ପାଇବେ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚକୋଟୀର ପ୍ରଦର୍ଶନ କରିବେ। କ୍ୟାରିୟରରେ ଉନ୍ନତି କରିବା ପାଇଁ ନୂତନ ଅବସର ପ୍ରାପ୍ତି ହେବ। ଦୀର୍ଘଦିନର ସମସ୍ୟାର ଅନ୍ତ ଘଟିବ।

କର୍କଟ: ଅତ୍ୟଧିକ ଚିନ୍ତା କରି ଅଶାନ୍ତ ରହିବେ। ପରିବାରରେ ସକାରାତ୍ମକ ଭାବଧାରା ଦେଖାଦେବ। ଆର୍ଥିକକ୍ଷେତ୍ରରେ ଉନ୍ନତି ଦେଖାଦେବ। କଠିନ କାର୍ଯ୍ୟକୁ ଅତି ସହଜରେ ସମାପନ କରିବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ଅଧିକ ସମୟ ପରିବାରବର୍ଗଙ୍କ ସହ ବିତେଇବେ। ନିଷ୍ପତ୍ତି ନେବା ସମୟରେ ଦ୍ବନ୍ଦ୍ବରେ ପଡ଼ିଯିବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ।

କନ୍ୟା: ନୂତନ ଯୋଜନା କରି ସଫଳ ହେବେ। ଅସହାୟ ବ୍ୟକ୍ତିଙ୍କୁ ଦାନ କରିବେ। ମହିଳାମାନେ ଅନୁଶାସନ ଭିତରେ ରହିବେ। ସାହିତ୍ୟ ପ୍ରତି ରୁଚି ବଢ଼ିବ।

ତୁଳା: ଧୈର୍ଯ୍ୟ ଓ ସାହସର ସହ ପରିସ୍ଥିତିକୁ ସାମ୍ନା କରନ୍ତୁ। ବ୍ୟସ୍ତତା ଭିତରେ ଦିନଟି କଟିବ। କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ସାଙ୍ଗସାଥୀଙ୍କ ସହଯୋଗରେ ଉତ୍ସାହିତ ହେବେ।

ବିଛା: ପ୍ରିୟଜନଙ୍କୁ ମନର କଥା କହି ଆତ୍ମସନ୍ତୋଷ ପାଇବେ। ବିଭିନ୍ନ କାର୍ଯ୍ୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଦେଖାଦେବ। ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ମତଭେଦ ଦେଖାଦେବ।

ଧନୁ: ଗୁରୁଜନଙ୍କ ପରାମର୍ଶ ଗ୍ରହଣ କରନ୍ତୁ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । କ୍ୟାରିୟରରେ ସଫଳତା ହାସଲ କରିବେ। ବନ୍ଧୁବାନ୍ଧଙ୍କଠାରୁ ଆର୍ଥିକ ସହାୟତା ପାଇବେ। ପରିବାର ସହ ଧାର୍ମିକସ୍ଥଳୀକୁ ଯାଇପାରନ୍ତି।

ମକର: ଉତ୍ସାହ ଓ ଉନ୍ମାଦନା ସହ ଦିନଟି କଟିବ। କର୍ମକ୍ଷେତ୍ରରେ ମାନସମ୍ମାନ ବଢ଼ିବ। ସକାରାତ୍ମକ ଭାବନା ସହ କାର୍ଯ୍ୟ କରନ୍ତୁ। ଆର୍ଥିକ ଉନ୍ନତି ଦେଖାଦେବ । ପୈତୃକ ସମ୍ପତ୍ତିରୁ ଭାଗ ପାଇବେ।

କୁମ୍ଭ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। କିଛିଟା ଉତ୍ତେଜନା ଭିତରେ କାର୍ଯ୍ୟ ତୁଲାଇବେ। ରୋଜଗାରର ନୂତନ ପଥ ଉନ୍ମୁକ୍ତ ହେବ। ସହକର୍ମୀଙ୍କ ସହଯୋଗ ପାଇବେ। ଜୀବନସାଥୀଙ୍କ କଥାକୁ ମହତ୍ତ୍ବ ଦିଅନ୍ତୁ।

ମୀନ: ଧନସମ୍ମାନ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ କର୍ତ୍ତୃପକ୍ଷଙ୍କର ଆସ୍ଥାଭାଜନ ହେବେ। ଭାବୁକ ହୋଇ ଭୁଲ ନିଷ୍ପତ୍ତି ନେଇ ପାରନ୍ତି। ସନ୍ତାନସନ୍ତତିଙ୍କ ପାଇଁ ଚିନ୍ତିତ ରହିବେ। ଅନୁଭବୀ ଲୋକଙ୍କ ପରାମର୍ଶରେ କାର୍ଯ୍ୟ କରନ୍ତୁ।

Leave A Reply

Your email address will not be published.