ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ ( ୦୧-୦୬-୨୦୨୨ )

ମେଷ: ଦିନଟି ସାମାନ୍ୟ ରହିବ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ଗୋପନୀୟ କଥା ପ୍ରକଟ କରନ୍ତୁ ନାହିଁ । କୌଣସି କାର୍ଯ୍ୟ ପୂରଣ ପାଇଁ ନିର୍ଦ୍ଦିଷ୍ଟ ସମୟକୁ ଅପେକ୍ଷା କରନ୍ତୁ। ଦାମ୍ପତ୍ୟ ଜୀବନ ମଧୁର ରହିବ।

ବୃଷ: ସ୍ବାସ୍ଥ୍ୟ ପାଇଁ ଯତ୍ନବାନ ହେବା ଜରୁରୀ। ଆତ୍ମବିଶ୍ବାସ ସହ କାର୍ଯ୍ୟ କରନ୍ତୁ। ପ୍ରିୟଜନଙ୍କ ପାଇଁ ଅଧିକ ସମ୍ବେଦଶୀଳ ରହିବେ । ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମିଥୁନ: ଅନ୍ଧବିଶ୍ବାସର ବଶବର୍ତ୍ତୀ ହୁଅନ୍ତୁ ନାହିଁ । ବନ୍ଧୁବାନ୍ଧବଙ୍କ ସହ ମତାନ୍ତର ଦେଖାଯିବ। ପରିବାରର ସହଯୋଗ ଦ୍ବାରା ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । କାର୍ଯ୍ୟକ୍ଷେତ୍ରରେ ସୃଜନଶୀଳତାର ପରିଚୟ ଦେବେ।

କର୍କଟ: ଗୁରୁଜନଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ରହିବେ। ନୂତନ ନିଯୁକ୍ତି ସୁଯୋଗ ରହିଛି। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଉନ୍ନତି ପଥରେ ଆଗେଇ ଚାଲିବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଅବସାଦରେ ରହି ମନର ଶାନ୍ତି ଭଗ୍ନ ହେବ। ପରିବାରରେ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। ନୂତନ ନିବେଶ କରିପାରନ୍ତି। ଦୀର୍ଘ ଦିନର କାର୍ଯ୍ୟ ପୂରଣ ହେବ।

କନ୍ୟା: ସ୍ଵାସ୍ଥ୍ୟ ପାଇଁ ସଚେତନ ରହିବା ଜରୁରୀ। ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମୀ ହେବେ । ପରିବାରରେ ମତଭେଦ ଦେଖାଦେଇପାରେ।

ତୁଳା: ବିଭିନ୍ନ ଦିଗରେ ପ୍ରତିବନ୍ଧକ ରହିବ। କର୍ମକ୍ଷେତ୍ରରେ ପ୍ରତାରଣା ପାଇପାରନ୍ତି । ପାରିବାରିକ ଅଶାନ୍ତି ଲାଗି ରହିବ । ଶତ୍ରୁବୃଦ୍ଧି ହେବେ । ଭ୍ରମରେ ପଡ଼ି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ ।

ବିଛା: ନକାରାତ୍ମକ ଭାବନାରୁ ଦୂରେଇ ରୁହନ୍ତୁ। ଯାତ୍ରା କରି ଅସୁସ୍ଥ ହୋଇପାରନ୍ତି। ପରିବାର ସହଯୋଗରେ ଅବସାଦ ଦୂର ହେବା ଜୀବନସାଥୀଙ୍କ ସହ ଦିନଟି ମଧ୍ୟମ ଧରଣର ରହିବ।

ଧନୁ: ନିଜ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ନିଜ ପ୍ରତିଭାର ପ୍ରଦର୍ଶନ କରିବେ। ଆର୍ଥିକ କାରବାର ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ବ୍ୟବସାୟରେ ସଫଳତା ପାଇବେ।

ମକର: ବୁଝିବିଚାର ନିଷ୍ପତ୍ତି ନିଅନ୍ତୁ। ଧନଲାଭର ଯୋଗ ରହିଛି। କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ଆର୍ଥିକ ସ୍ଥିତିରେ ଉନ୍ନତି ପରିଲିକ୍ଷିତ ହେବ । ନୂତନ ବସ୍ତୁ କ୍ରୟ କରିପାରନ୍ତି।

କୁମ୍ଭ: ଗୁରୁଜନଙ୍କଠାରୁ ପରାମର୍ଶ ନେଇପାରନ୍ତି। ଅର୍ଥହାନୀର ଆଶଂକା ଦେଖାଦେଇପାରେ। କର୍ମକ୍ଷେତ୍ରରେ ହତୋତ୍ସାହ ହେବେ। ଜୀବନସାଥୀଙ୍କ ସହ ଅପ୍ରୀତିକର ପରିସ୍ଥିତି ଉପୁଜି ପାରେ ।

ମୀନ: ସମାଜରେ ମାନସମ୍ମାନର ଅଧିକାରୀ ହେବେ। ନିଜ ବ୍ୟବହାରରେ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବେ। ଆର୍ଥିକସ୍ଥିତିରେ ସୁଧାର ଦେଖାଦେବ । ପାରିବାରିକ ସମ୍ପର୍କ ସୁଦୃଢ଼ ହେବ।

Leave A Reply

Your email address will not be published.