ବୁଧବାର ରାଶିଫଳ (୦୧-୦୩-୨୦୨୩)

ମେଷ: ପରିବାରବର୍ଗଙ୍କ ମଧ୍ୟରେ ବୁଝାମଣା ଉତ୍ତମ ରହିବ। ସାହିତ୍ୟ ସହ ଜଡ଼ିତ ଲୋକଙ୍କୁ ପ୍ରୋତ୍ସାହନ ମିଳିବ। ସୁଯୋଗର ସଠିକ୍ ଉପଯୋଗ କରିବେ। ମହିଳାମାନେ ସ୍ବାଧୀନମନା ହେବେ।
ବୃଷ: ତରବରିଆ ଭାବେ ନିଷ୍ପତ୍ତି ନେଇ ଅଡ଼ୁଆରେ ପଡ଼ିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଅନୁକୂଳ ପରିସ୍ଥିତି ରହିବ। ଅଧିକ ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ସକାରାତ୍ମକ ଚିନ୍ତା ରଖି ସଫଳତା ପାଇବେ।
ମିଥୁନ: ଆଶା ଅନୁସାରେ ଉଚିତ ଫଳ ପାଇବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ସହ ବିଭିନ୍ନ ପ୍ରକାର ସମସ୍ୟା ଅପସରି ଯିବ। ବରିଷ୍ଠ କର୍ମଚାରୀଙ୍କ ସହ ସମ୍ପର୍କରେ ନିବିଡ଼ତା ବୃଦ୍ଧି ପାଇବ।
କର୍କଟ: ପରିବାରବର୍ଗଙ୍କଠାରୁ ବିଶେଷ ସାହାଯ୍ୟ ପାଇବେ ନାହିଁ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ବିଳମ୍ବ ହୋଇପାରେ। ଅକସ୍ମାତ୍ ପୁରଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଛାତ୍ରଛାତ୍ରୀମାନେ ପରିଶ୍ରମର ଫଳ ପାଇବେ।
ସିଂହ: ଅନ୍ୟକୁ ଧାର ଦେବା କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଧାର୍ମିକ କାର୍ଯ୍ୟ ପ୍ରତି ମନ ଆକର୍ଷିତ ହେବ। କୋର୍ଟକଚେରୀ ମାମଲା ଆପଣଙ୍କ ପାଇଁ ନକାରାତ୍ମକ ରହିପାରେ।
କନ୍ୟା: ଅଯଥାରେ କିଛି ସମୟ ନଷ୍ଟ ହୋଇପାରେ । ଯାତାୟତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାର ସଦସ୍ୟଙ୍କ ସହ ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ।
ତୁଳା: ଗୁରୁଜନଙ୍କ ଉପଦେଶ ଅନୁସାରେ କାର୍ଯ୍ୟ କରିବେ। କୌଣସି ସ୍ଥାନରୁ ଶୁଭ ଖବର ପାଇପାରନ୍ତି। ମହିଳାମାନେ ଭାବୁକ ହେବେ। କଥାବର୍ତ୍ତା କରିବା ସମୟରେ ସଂଯମତା ରକ୍ଷା କରନ୍ତୁ।
ବିଛା: ପୂର୍ବରୁ କରିଥିବା ପରିଶ୍ରମର ଉଚିତ ଫଳ ପାଇବେ। ଦୀର୍ଘଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। କାହାକୁ ଅଧିକ ଭରସା କରି କଷ୍ଟ ପାଇପାରନ୍ତି। ଯୋଜନାକୁ ସଫଳ କରିବା ପାଇଁ ସଂପୂର୍ଣ୍ଣ ଚେଷ୍ଟା ଜାରି ରଖିବେ।
ଧନୁ: କଠିନ ସମସ୍ୟାର ମୁକାବିଲା କରିବେ। ବ୍ୟବସାୟକୁ ବିସ୍ତାର କରିବାକୁ ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ଦୂରଯାତ୍ରା କରିପାରନ୍ତି। ସୁଚିନ୍ତିତ ନିଷ୍ପତ୍ତି ଭବିଷ୍ୟତ ପାଇଁ ଶୁଭଫଳ ପ୍ରଦାନ କରିବ।
ମକର: ଏକତରଫା ନିଷ୍ପତ୍ତି ନେଇ ଅସୁବିଧାରେ ପଡ଼ିପାରନ୍ତି। କିଛି କାର୍ଯ୍ୟରେ ବହୁତ ବ୍ୟସ୍ତ ରହିପାରିନ୍ତି। ଗୁରୁଜନଙ୍କ ପରାମର୍ଶ ପାଇ ଆଗକୁ ବଢ଼ିବେ। ଛାତ୍ରଛାତ୍ରୀ କ୍ରୀଡ଼ାରେ ଅଧିକ ମନୋନିବେଶ କରିବେ।
କୁମ୍ଭ: ନୂତନ ସଞ୍ଚୟ ପାଇଁ ଯୋଜନା ପ୍ରସ୍ତୁତ କରିବେ। ରାଜନୀତି ସହ ଜଡ଼ିତ ବ୍ୟକ୍ତିଙ୍କୁ କିଛି ନୂତନ ଦାୟିତ୍ବ ମିଳିବ। ବିବାଦୀୟ ପରିସ୍ଥିତିରେ ମଧ୍ୟ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ।
ମୀନ: ସମାଜରେ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହେବେ। ସମୟ ଥାଉ ଥାଉ କାର୍ଯ୍ୟ ପୂରଣ କରିବେ। ମହିଳାମାେନ ଉଚ୍ଚାଭିଳାଷୀ େହବେ। ରାଜନୀତିରେ ପ୍ରସିଦ୍ଧି ବଢ଼ିବ। ବାଣିଜ୍ୟରେ ଉତ୍ତମ ଲାଭ ମିଳିବ।