ବୁଧବାର ରାଶିଫଳ (୨୬–୧୦–୨୦୨୨)

ମେଷ: ସମାଜରେ ମାନସମ୍ମାନ ଓ ପ୍ରତିଷ୍ଠା ପାଇପାରନ୍ତି । ପଡୋଶୀଙ୍କ ସହଯୋଗ ମିଳିବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ। ସାଙ୍ଗସାଥୀଙ୍କ ମଧ୍ୟରେ ନେତୃତ୍ବ ବୃଦ୍ଧି ପାଇବ। ବ୍ୟବସାୟ ଆୟ ଦ୍ବିଗୁଣିତ ରହିବ।

ବୃଷ: ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରିବେ। ପରିଶ୍ରମ ଅନୁସାରେ ଫଳ ପାଇବେ ନାହିଁ। ସାଂସାରିକ ଭୁଲ୍‌ ବୁଝାମଣା ରହିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି।

ଏଥିସହିତ ପଢ଼ନ୍ତୁ

ମିଥୁନ: ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ଦିନଟିରେ ଚଳଚଞ୍ଚଳ ରହିବେ। ସଞ୍ଚୟ କରିବା ପାଇଁ ଉଚିତ ପରାମର୍ଶ ପାଇପାରନ୍ତି।

କର୍କଟ: ଉଚ୍ଚଆଶା ପୂର୍ଣ୍ଣ ହେବ। ସ୍ବାଧୀନ ରହିବାର ମନୋବୃତ୍ତି ଜୀବନରେ ଅଶାନ୍ତିର କାରଣ ପାଲଟି ଯାଇପାରେ। କୌଣସି କଥାକୁ ନେଇ ମହିଳାମାନେ ଭାବପ୍ରବଣ ହେବେ । ଅକସ୍ମାତ୍‌ ଭ୍ରମଣ ପାଇଁ ଦୂରସ୍ଥାନକୁ ଯାଇପାରନ୍ତି।

ସିଂହ: ନୂତନ ଯୋଜନା କରି ସଫଳ ହେବେ। ଅସହାୟ ବ୍ୟକ୍ତିଙ୍କୁ ଦାନ କରିବେ। ମହିଳାମାନେ ଅନୁଶାସନ ଭିତରେ ରହିବେ। ସାହିତ୍ୟ ପ୍ରତି ରୁଚି ବଢ଼ିବ।

କନ୍ୟା: ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଶତ୍ରୁବୃଦ୍ଧି ହେବେ। ପରିସ୍ଥିତି ଚିନ୍ତାଜନକ ରହିବ। ବ୍ୟବସାୟରେ କ୍ଷତି ହୋଇପାରେ। ଛାତ୍ରଛାତ୍ରୀ ଭ୍ରମରେ ପଡ଼ିବେ। ପରିବାରଠାରୁ ସହଯୋଗ ପାଇବେ।

ତୁଳା: ପରିବାରରେ ଆର୍ଥିକ ସ୍ଥିତି ମଜଭୁତ ରହିବ। ଆଧ୍ୟାତ୍ମିକ ମନୋବୃତ୍ତି ରଖି ଅନ୍ୟକୁ ସାହାଯ୍ୟ କରିବେ। ସାଂସାରିକ ଅସ୍ଥିର ମନା ରହିବେ। ବ୍ୟବସାୟ କାର୍ଯ୍ୟରେ ବ୍ୟସ୍ତବିବ୍ରତ ରହିବେ।

ବିଛା: ଦୀର୍ଘ ଦିନର ଆଶା ପୂରଣ ହୋଇପାରେ। କାର୍ଯ୍ୟସିଦ୍ଧି ସହ ସୁଖସମ୍ମାନ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ପ୍ରଭାବଶାଳୀ ରହିବେ। ବିଭିନ୍ନ କ୍ଷେତ୍ରରୁ ସହଯୋଗ ପାଇବେ।

ଧନୁ: ଜଟିଳ ପରିସ୍ଥିତିକୁ ଧୈର୍ଯ୍ୟର ସହ ସମ୍ଭାଳି ନେବେ । କର୍ମକ୍ଷେତ୍ର ଉତ୍ସାହଜନକ ରହିବ। କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ। ମହିଳାମାନେ ଯଶକୀର୍ତ୍ତି ପାଇବେ। ବ୍ୟବସାୟରେ ସନ୍ତୋଷଜନକ ରହିବ।

ମକର: ବ୍ୟୟ ବହୁଳତା କାରଣରୁ ମନସ୍ତାପ ହୋଇପାରେ। ପଡ଼ୋଶୀଙ୍କ ସହଯୋଗ ପାଇବେ। କର୍ମକ୍ଷେତ୍ରରେ କାର୍ଯ୍ୟ ପ୍ରତି ଅବହେଳା କରିପାରନ୍ତି। ବୁହୁଚେଷ୍ଟା ସ୍ବତ୍ତେ ବ୍ୟବସାୟରେ ଆଶନୁରୂପ ଫଳ ପାଇବେ ନାହିଁ।

କୁମ୍ଭ: କିଛିଟା ଉତ୍ତେଜନା ଭିତରେ କାର୍ଯ୍ୟ ସଫଳ ହେବ। କର୍ମକ୍ଷେତ୍ରରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ମହିଳାମାନେ ପରିଶ୍ରମୀ ହେବେ। ନୂତନ ନିବେଶ କରି ଉନ୍ନତି କରିବେ।

ମୀନ : ଭାବନାକୁ ନିୟନ୍ତ୍ରଣ ରଖିବା ଉଚିତ ହେବ। ସାଂସାରିକ ଉତ୍ତେଜନା ଓ ବ୍ୟୟ ବୃଦ୍ଧି ଦେଖାଦେବ। କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମୀ ହେବେ। ବ୍ୟବସାୟରେ ବାଧାବିଘ୍ନ ରହିବ। ସାଙ୍ଗସାଥୀଙ୍କ ସହଯୋଗ ପାଇବେ।

Leave a comment