ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ୍ୱାର୍ଟର ଫାଇନାଲ ଟିକଟ୍‌ ପାଇଁ ଆମେ ପ୍ରସ୍ତୁତ, ଆସନ୍ତାକାଲିର ମ୍ୟାଚ୍ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ : ହରମନପ୍ରୀତ

ଭୁବନେଶ୍ବର : ବିଶ୍ୱକପ ହକିର ଅସଲି ମ୍ୟାଚ୍ ଆସନ୍ତାକାଲି ଠାରୁ ଆରମ୍ଭ ହେବ। କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ ହକିର କ୍ରସ ଓଭର ମ୍ୟାଚ୍ ଖେଳାଯିବ। ଯିଏ ଜିତିବ କ୍ୱାର୍ଟର ଫାଇନାଲ ଟିକଟ ହାତେଇବ ଯିଏ ହାରିବ ସିଏ ରାଉଲକେଲା ଯାଇ ବିଶ୍ଵକପରେ ରାଙ୍କିଂ ପାଇଁ ଖେଳିବ। ପ୍ରଥମ କ୍ରସ ଓଭର ମ୍ୟାଚ୍ ମାଲେସିଆ ଓ ସ୍ପେନ ମଧ୍ୟରେ ଅପରାହ୍ନ ସାଢେ ୪ଟା ରେ ଖେଳାଯିବ। ସେହିପରି ସନ୍ଧ୍ୟା ୭ଟା ରେ ଆୟୋଜକ ଭାରତକୁ ସାମ୍ନା କରିବ ନ୍ୟୁଜିଲାଣ୍ଡ। ପୁଲ- ଡିରେ ଭାରତ ଖେଳୁଥିବା ୩ଟି ମ୍ୟାଚ୍ ମଧ୍ୟରୁ ୨ଟି ବିଜୟ ଗୋଟାଏ ଡ୍ର ସହ ୭ପଏଣ୍ଟ ସହ ଟେବୁଲ୍ ର ଦ୍ୱିତୀୟ ସ୍ଥାନରେ ରହି କ୍ରସ ଓଭର ଖେଳିବାକୁ ଆସିଛି।

ସେହି ପରି ପୁଲ-ସିରେ ନ୍ୟୁଜିଲାଣ୍ଡ ୩ଟି ମ୍ୟାଚ୍ ମଧ୍ୟରୁ ଗୋଟିଏ ମ୍ୟାଚ୍ ବିଜୟ ୨ଟି ପରାଜୟ ସହ ୩ ପଏଣ୍ଟ ସହ ଟେବୁଲ୍ ର ତୃତୀୟ ସ୍ଥାନ ଅଧିକାର କରି ଭାରତ ବିପକ୍ଷରେ କ୍ରସ ଓଭର ଖେଳିବ। ୨୦୧୩ ମସିହା ପର ଠାରୁ ଭାରତ ନ୍ୟୁଜିଲ୍ୟାଣ୍ଡ ମଧ୍ଯରେ ଖେଳାଯାଇଥିବା ମ୍ୟାଚ୍ ମଧ୍ୟରୁ ଭାରତ ୨୪ ଟି ମ୍ୟାଚ୍ ଜିଟିଥିବ ବେଳେ ନ୍ୟୁଜିଲ୍ୟାଣ୍ଡ ୧୫ ଟି ମ୍ୟାଚ୍ ଜିତିଛି ଓ ୫ ଟି ମ୍ୟାଚ୍ ଡ୍ର ରହିଛି। ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ରେ ଜିତିଲେ ଆସନ୍ତା ୨୪ ତାରିଖ ରେ କ୍ୱାର୍ଟର ଫାଇନାଲ ମ୍ୟାଚ୍ ୨୦୧୮ ର ବିଶ୍ଵ ଚାମ୍ପିଅନ ବେଲଜିୟମ ବିପକ୍ଷରେ ଖେଳିବ।

ତେବେ ଆସନ୍ତାକାଲିର ମ୍ୟାଚ ପୂର୍ବରୁ ଆଜି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ହକି ଟିମ୍‌ର ଅଧିନାୟକ ହରମନପ୍ରୀତ ସିଂ କହିଛନ୍ତି ଯେ ଆସନ୍ତାକାଲିର ମ୍ୟାଚ୍ ଆମ ପାଇଁ ଗୁରୁତ୍ବ ପୂର୍ଣ୍ଣ ରହିବ। କ୍ୱାର୍ଟର ଫାଇନାଲ ଟିକଟ ନେବା ପାଇଁ ପ୍ରସ୍ତୁତ ଅଛୁ। ନ୍ୟୁଜିଲ୍ୟାଣ୍ଡର ସମସ୍ତ ମ୍ୟାଚ୍ ଭିଡ଼ିଓ ଅନାଲିସିସ କରିଛୁ। ଆହତ ହାର୍ଦ୍ଧିକ ସିଂଙ୍କ ସ୍ଥାନ ନେଇଥିବା ରାଜ କୁମାର ପାଲ ପୂରଣ କରିପାରିବେ ବୋଲି ଆଶା ଅଛି। ପୂର୍ବ ମ୍ୟାଚ୍‌ ସମସ୍ତ ଭୁଲକୁ ସୁଧାରି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିବୁ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛୁ ।

Leave A Reply

Your email address will not be published.