ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହାନଦୀ ହତ୍ୟା ବିରୋଧରେ ଭାରତର ଜଳପୁରୁଷ ଡାକ୍ତର ରାଜେନ୍ଦ୍ର ସିଂ ରାଣେଙ୍କ ସତ୍ୟାଗ୍ରହ

ଭୁବନେଶ୍ୱର: ମହାନଦୀ ହତ୍ୟା ବିରୋଧରେ ଭାରତର ଜଳପୁରୁଷ ଡାକ୍ତର ରାଜେନ୍ଦ୍ର ସିଂ ରାଣେଙ୍କ ସତ୍ୟାଗ୍ରହ। ଭୁବନେଶ୍ୱର ଲୋୟର ପିଏମଜିରେ ଦିନିକିଆ ସତ୍ୟାଗ୍ରହରେ ବସିଛନ୍ତି ରାଜେନ୍ଦ୍ର ସିଂ ରାଣେ। ତାଙ୍କ ସହ ମହାନଦୀ ସୁରକ୍ଷା ସମିତିର ଅନେକ ସଦସ୍ୟ ମଧ୍ୟ ଏହି ସତ୍ୟାଗ୍ରହରେ ସାମିଲ ଅଛନ୍ତି। ମହାନଦୀରେ ଯେଉଁ ସ୍ଥିତି ଏବେ ଉପୁଜିଛି, ତାହା ଅତ୍ୟନ୍ତ ଚିନ୍ତାଜନକ। କଲମା ବ୍ୟାରେଜ ଓ ସୁଖାସୋଢା ନିକଟରେ ଏବେ ମରୁଭୂମି ଭଳି ଚିତ୍ର। ବୁନ୍ଦେ ବି ପାଣି ନାହିଁ ।

ଆଜି ଓଡ଼ିଶାରେ ମହାନଦୀର ଯେଉଁ ସମସ୍ୟା ଉପୁଜିଛି ସେଥିପାଇଁ କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାରଙ୍କୁ ଦାୟୀ କରିଛନ୍ତି ରାଜେନ୍ଦ୍ର ସିଂ ରାଣେ । ତେବେ ଟ୍ରିବ୍ୟୁନାଲ ଦ୍ୱାରା ଏହି ଜଳ ବା ନଦୀ ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ରାଜେନ୍ଦ୍ର ସିଂ ରାଣେ କହିଛନ୍ତି । ଟ୍ରିବ୍ୟୁନାଲ ୪ ବର୍ଷ ପରେ ମଧ୍ୟ ଶୁଣାଣି ଆରମ୍ଭ କରିନି । ଯଦି ମହାନଦୀ ସମସ୍ୟାର ସମାଧାନ ନହୁଏ, ତେବେ ଅଗାମୀ ଦିନରେ ସୁଖାସୁଢାରୁ ପାରାଦୀପ ପର୍ୟ୍ୟନ୍ତ ବିଭିନ୍ନ ସ୍ଥାନରେ ସତ୍ୟାଗ୍ରହ କରାଯିବ ବୋଲି ମହାନଦୀ ସୁରକ୍ଷା ସମିତି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.