ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଢୁଛି ବର୍ଷା, ଫୁଲୁଛି ନଦୀ : ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରୁ ଖୋଲିଲା ଆଉ ଦୁଇ ଗେଟ୍‌, ୩୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର : ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି। ଏହା ଫଳରେ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଅନ୍ୟପଟେ ଗତ ୪ ଦିନ ଧରି ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇଛି। ଶୁକ୍ରବାର ଜଳ ପ୍ରବେଶ ୪ ଲକ୍ଷ କ୍ୟୁସେକ୍ ଛୁଇଁଥିବା ବେଳେ ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ଗେଟ୍‌ ଖୋଲିବା ଆରମ୍ଭ ହୋଇଛି। ଗତକାଲି ଠାରୁ ମୋଟ ୨୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଥିବା ବେଳେ ଆଜି ସକାଳେ ୪ଟି ଗେଟ୍‌ ଖୋଲିଥିଲା । ତେବେ ବର୍ତ୍ତମାନ ଆଉ ୨ଟି ଗେଟ୍‌ ଖୋଲିବା ଫଳରେ ମୋଟ ୩୦ ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି । ବାମ ପଟରେ ୨୦ଟି ଏବଂ ଡାହାଣ ପଟରେ ୮ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି।

ଛତିଶଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଫଳରେ ମହାନଦୀରେ ବନ୍ୟାଜଳ ଆସିଛି। ତେବେ ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୭ ଫୁଟ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୪ ଲକ୍ଷ ୬୬ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୫ ଲକ୍ଷ କ୍ୟୁସେକ ଜଳ । ଆନନ୍ଦପୁର ନିକଟରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଉଛି । ୫ରୁ ୬ ଘଣ୍ଟା ପରେ ଆଖୁଆପଦାଠାରେ ମଧ୍ୟ ଜଳସ୍ତର କମିବା ଆରମ୍ଭ କରିବ । ୪ ଟା ବେଳେ ଆଖୁଆପଦାଠାରେ ଜଳସ୍ତର ୧୮.୦୨ ମିଟର ଥିଲା । ଜଳକା ନଦୀର ଜଳସ୍ତର ବୃଦ୍ଧି ପାଉଛି । ବର୍ତ୍ତମାନ ଜଳକାର ଜଳସ୍ତର ୬.୨ ମିଟର ରହିଛି । ଛତିଶଗଡ଼ରେ ବର୍ଷା ହେବ ବୋଲି ଆଇଏମଡି ସୂଚନା ଦେଇଛି ।

ସେହିପରି ଓଡ଼ିଶାରେ ମଧ୍ୟ ଆସନ୍ତା ୨ ଦିନ ବର୍ଷା ହେବ ବୋଲି ସୂଚନା ରହିଛି । ଏହାକୁ ଦୃଷ୍ଟିରେ ରଖି ମଧ୍ୟମ ଜଳଭଣ୍ଡାର ଖାଲି କରିବା ଲାଗି ବ୍ୟବସ୍ଥା କରାଯାଉଛି । ୮୦ ପ୍ରତିଶତ କିମ୍ବା ଅଧିକ ଜଳ ଥିବା ଜଳଭଣ୍ଡାର ନିଷ୍କାସନ କରି ୭୫ ପ୍ରତିଶତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ କୌଣସି ସ୍ଥାନରେ ଘାଇ ସୃଷ୍ଟି ହେବାର ଖବର ଆସିନାହିଁ । ୭ ଟି ଜିଲ୍ଲା ଲାଗି ସ୍ୱତନ୍ତ୍ର ଅଧିକାରୀ ନିୟୋଜିତ ହୋଇଛନ୍ତି । ଆସନ୍ତାକାଲି ଦାଇତ୍ୱ ନେଇ ସେମାନେ ସ୍ଥିତି ତଦାରଖ କରିବେ । ଜିଲ୍ଲାସ୍ତରର ଅଧିକାରୀଙ୍କ ସହିତ ସମନ୍ୱୟ ରଖି କାର୍ଯ୍ୟ କରିବେ । ଆବଶ୍ୟକ ପଡ଼ିଲେ ଲୋକ ପ୍ରତିନିଧିଙ୍କ ସହଯୋଗ ନେବେ ଜିଲ୍ଲା ସ୍ତରର ଅଧିକାରୀ । ହୀରାକୁଦରେ ଜଳସ୍ତର ବର୍ତ୍ତମାନ ୬୧୭ ରହିଛି । ଏହାକୁ ୬୧୬ କରିବା ଲାଗି ଚେଷ୍ଟା କରାଯିବ । ୧୫ ତାରିଖ ସକାଳ ସୁଦ୍ଧା ମୁଣ୍ଡୁଳିରେ ପିକ ୭ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.