ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁରୀ ସହରରେ ‘ସୁଜଳ’ ଯୋଜନାର ସଫଳତା ପାଇଁ ୱାଟ୍‌କୋକୁ ‘ଆୱାର୍ଡ ଅଫ୍ ଏକ୍ସେଲେନ୍ସ’

ଭୁବନେଶ୍ୱର: ପୁରୀ ସହରରେ ‘ସୁଜଳ’ ଯୋଜନାର ସଫଳ କାର୍ଯ୍ଯକାରିତା ନିମନ୍ତେ ୱାଟ୍‌କୋକୁ ‘ଆୱାର୍ଡ ଅଫ୍ ଏକ୍ସେଲେନ୍ସ’ ପୁରସ୍କାର ଦିଆଯାଇଛି । ଗତ ଗୁରୁବାର ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ଓ ଇଲେଟ୍ସ ଟେକ୍ନୋ ମଡ଼ିଆ ଆୟୋଜିତ ୨ୟ ଜାତୀୟ ଜଳ ଓ ପରିମଳ ସମ୍ମିଳନୀ ୨୦୨୧ ଉଦ୍‌ଯାପନ ହୋଇଛି । ସ୍ମାର୍ଟ ଜଳ ପରିବହନ ଏବଂ ବିତରଣ ବିଭାଗରେ ଦେଶର ବିଭିନ୍ନ ସହରରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଉତ୍କର୍ଷତା ପାଇଁ ପ୍ରତିଯୋଗୀତା ହୋଇଥିଲା । ଏହି ପ୍ରତିଯୋଗିତାରେ ପୁରୀ ସହର ପାଇଁ ଓ୍ୱାଟ୍‌କୋକୁ ପୁରସ୍କାର କରାଯାଇଛି ।

ପୁରୀ ସହରରେ ୱାଟ୍‌କୋ ଦ୍ୱାରା କାର୍ଯ୍ଯକାରୀ କରାଯାଇଥିବା ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ପୁରସ୍କୃତ କରାଯାଇଛି । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ସୂତ୍ରରୁ ପ୍ରକାଶ । ୱାଟ୍‌କୋର ଏହି ସଫଳତା ନିମନ୍ତେ ପଂଚାୟତିରାଜ, ପାନୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଖୁସି ବ୍ୟକ୍ତ କରି ବିଭାଗୀୟ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.