ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡିଜିଟାଲ ପ୍ଲାଟଫର୍ମରେ ଦିଲ୍ଲୀ ଓ ଆସାମ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଲଡେଇ, ୩ ଦିନ ହେଲା ଜାରି ରହିଛି ‘ଟ୍ୱିଟ ୱାର’

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ମଧ୍ୟରେ ଜାରି ରହିଥିବା ଟ୍ବିଟ ଯୁଦ୍ଧ ଏବେ କମିବାର ନାଁ ନେଉନାହିଁ। ଗତ ୩ ଦିନ ହେବ ଡିଜିଟାଲ ପ୍ଲାଟଫର୍ମରେ ଦୁଇ ନେତାଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମଧ୍ୟ ଥମିନାହିଁ। କେଜ୍ରିୱାଲ ହିମନ୍ତ ଶର୍ମାଙ୍କୁ ତାଙ୍କ ରାଜ୍ୟର ସରକାରୀ ସ୍କୁଲ୍‌ର ଅବସ୍ଥା ନେଇ ଚଡାଇଛନ୍ତି। ଆସାମର ସରକାରୀ ସ୍କୁଲ୍ ଦେଖିବାକୁ କେବେ ଡାକିବ ବୋଲି କେଜ୍ରିୱାଲ ହିମନ୍ତ ବିଶ୍ୱ ଶର୍ମାଙ୍କୁ ପ୍ରଶ୍ନ କରୁଛନ୍ତି ଆଉ ସେପଟେ ହେମନ୍ତ ବିଶ୍ୱ ଶର୍ମା ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି କେଜ୍ରିୱାଲଙ୍କ ଉତ୍ତର ଦେଇ ତାଙ୍କର ମଜାକ ଉଡାଉଛନ୍ତି।


ଗତ ବୁଧବାର ଦିନଠାରୁ ଆରମ୍ଭ ହୋଇଥିବା ଟ୍ବିଟ ଯୁଦ୍ଧ ମଧ୍ୟରେ ଆସାମରେ କିଛି ସ୍କୁଲ ବନ୍ଦ ହେବା ଖବର ଶେୟାର କରି କେଜ୍ରିୱାଲ ଆସାମ ସରକାରଙ୍କର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଥିଲେ। ସେ ଟ୍ୱିଟ୍ କରି କହିଥିଲେ ଯେ ସ୍କୁଲ୍ ବନ୍ଦ କରିବା କୌଣସି ସମସ୍ୟାର ସମାଧାନ ନୁହେଁ। ବରଂ ଦେଶରେ ଅଧିକ ସ୍କୁଲ୍ ଖୋଲିବାର ଆବଶ୍ୟକତା ଅଛି।


ଏହାର ଜବାବରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦିଲ୍ଲୀ ଏବଂ ଆସାମ ମଧ୍ୟରେ ଥିବା ପାର୍ଥକ ଦର୍ଶାଇ ଟ୍ବିଟ କରିଥିଲେ ଯେ, କେଜ୍ରିୱାଲଜୀ, ଆପଣଙ୍କ ଅଜ୍ଞତା ଦୁଃଖିତ କଲା ଭଳି । ଆସାମ ଦିଲ୍ଲୀ ଠାରୁ ୫୦ଗୁଣ ବଡ। ଆମର ୪୪,୫୨୧ ବିଦ୍ୟାଳୟରେ ୬୫ଲକ୍ଷ ଛାତ୍ର ଅଧ୍ୟୟନ କରୁଛନ୍ତି ଏବଂ ଆପଣଙ୍କର ଏକ ହଜାରରୁ ଟିକେ ଅଧିକ ବିଦ୍ୟାଳୟ ଅଛି। ଆମର ଦୁଇ ଲକ୍ଷରୁ ଅଧିକ ଉତ୍ସର୍ଗୀକୃତ ଶିକ୍ଷକ ଏବଂ ୧.୧୮ ଲକ୍ଷ ମଧ୍ୟାହ୍ନ ଭୋଜନ କର୍ମଚାରୀ ରହିଛନ୍ତି। ଏହା ତୁଳନାରେ ଆପଣଙ୍କ ସଂଖ୍ୟା କମ।


ଏଥି ସହିତ ଆଉ ଏକ ଟ୍ବିଟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଲେଖିଥିଲେ କେଜ୍ରିୱାଲଜୀ ଶୁଣନ୍ତୁ, ଯେତେବେଳେ ଆପଣ ଆସାମ ଆସିବେ ମୁଁ ଆପଣଙ୍କୁ ଆମର ମେଡିକାଲ କଲେଜକୁ ନେଇଯିବି ଯାହା ଆପଣଙ୍କ ମୋହଲା କ୍ଲିନିକ ଅପେକ୍ଷା ହଜାରେ ଗୁଣ ଭଲ। ଆପଣ ଆମର ଦକ୍ଷ ସରକାରୀ ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଭେଟିବେ। ଆପଣ ଦେଶକୁ ଏକ ନମ୍ବର କରିବା ବିଷୟରେ ଚିନ୍ତା କରିବା ବନ୍ଦ କରିବା ଉଚିତ୍, ସେ କାମ ମୋଦୀଜୀ କରୁଛନ୍ତି।


ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଏଭଳି ଟ୍ବିଟର ଜବାବ ‌ରଖି କେଜ୍ରିୱାଲ ଲେଖିଥିଲେ ଯେ, ଆମର ଏଠାରେ ଏକ ପ୍ରବାଦ ଅଛି। କେହି ଯଦି ପଚାରେ ମୁଁ କେବେ ଆସିବି ଏବଂ ଆପଣ କୁହନ୍ତି ଯେ, ଯେକୌଣସି ସମୟରେ ଆସ, ଏହାର ଅର୍ଥ ହେଉଛି କେବେ ବି ଆସ ନାହିଁ। ମୁଁ ଆପଣଙ୍କୁ ପଚାରିଲି ମୁଁ ଆପଣଙ୍କ ସରକାରୀ ବିଦ୍ୟାଳୟ କେବେ ଦେଖିବା ପାଇଁ ଆସିବି। ଆପଣ ଏଯାଏ ତାହାର ଉତ୍ତର ଦେଇନାହାନ୍ତି। ମୋତେ କୁହନ୍ତୁ ମୁଁ କେବେ ଆସିବି, ତା’ପରେ ମୁଁ ଆସିବି।

Leave A Reply

Your email address will not be published.