ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲଗାଣ ବର୍ଷାରେ ଘରର କାନ୍ଥ ପଡି ଶିଶୁକନ୍ୟାର ମୃତ୍ୟୁ

ତେଲକୋଇ: ଲଗାଣ ବର୍ଷାରେ ଘର କାନ୍ଥ ପଡି ଜଣେ ପାଞ୍ଚ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ତେଲକୋଇ ଥାନା ଅନ୍ତର୍ଗତ କାଳିଆହତା ପଞ୍ଚାୟତ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏହି ଗ୍ରାମର ଜାର୍ଗୀ ମୁଣ୍ଡାଙ୍କ ଝିଅ ରଞ୍ଜିତା ମୁଣ୍ଡା (୫) ଖାଇସାରି ଘରେ ଶୋଇଥିବା ବେଳେ  ଲଗାଣ ବର୍ଷାରେ ଓଦା ହୋଇ ରହିଥିବା ମାଟି କାନ୍ଥଟି ତାଉପରେ ଖସିପଡିଥିଲା। ପରିବାର ଲୋକେ ଭଙ୍ଗା କାନ୍ଥ ତଳୁ ରଞ୍ଜିତାକୁ ଉଦ୍ଧାର କରିବା ବେଳକୁ ତାର ମୃତ୍ୟୁ ହୋଇସାରିଥିଲା।

Leave A Reply

Your email address will not be published.