ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୋଇଥିବା ବେଳେ ମା’ ଓ ଝିଅଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ

ଚାନ୍ଦିପୁର: ବାଲେଶ୍ଵର ସଦର ବ୍ଲକ ଅଧିନସ୍ଥ ରସାଳପୁର ପଞ୍ଚାୟତର ଛେଳିଆପଦା ଗାଁରେ ଗତକାଲି ରାତିରେ ମାଝିଅ ଶୋଇଥିବା ବେଳେ ସେମାନଙ୍କ ଉପରେ କାନ୍ଥ ଭୁଷୁଡି ପଡିବାରୁ ଉଭୟଙ୍କ ଅବସ୍ଥା ଗୁରୁତର ହୋଇଛି।

ସୂଚନା ଅନୁଯାୟୀ, ରମାକାନ୍ତ ବାରିକଙ୍କ ପତ୍ନୀ ମାଳତୀ ଗତକାଲି ରାତିରେ ତାଙ୍କ ୧୦ ବର୍ଷର ଝିଅକୁ ନେଇ ଘର ଭିତର ପଲଙ୍କ ଉପରେ ଶୋଇଥିଲେ। ତେବେ ରାତି ପ୍ରାୟ ଗୋଟାଏ ସମୟରେ ହଠାତ କାନ୍ଥ ଭୁଷୁଡି ମାଆ ଓ ଝିଅଙ୍କ ଉପରେ ପଡ଼ିଯାଇଥିଲା।ପଡିଶା ଲୋକେ ଶବ୍ଦ ଶୁଣି ସେଠାରେ ପହଞ୍ଚିବା ସହ ଉଭୟଙ୍କୁ ଭଙ୍ଗା ମାଟି କାନ୍ଥ ତଳୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସରେ ନେଇଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ଜଣାପଡିଛି।

Leave A Reply

Your email address will not be published.