ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶିକ୍ଷକ ହେବା ନିଶାରେ ସୀମା: ଗୋଟିଏ ଗୋଡ଼ରେ ଏକ କିମି ଚାଲି ଚାଲି ସ୍କୁଲ୍

ପାଟନା: ବିହାର ଜମୁଇର ୧୦ ବର୍ଷୀୟ ସୀମାଙ୍କ ଆଗରେ ସମସ୍ୟା ହାର ମାନିନେଇଛି। ସେ ଗୋଟିଏ ପାଦରେ ଏକ କିମି ଚାଲି ଚାଲି ସ୍କୁଲ ଯାଉଛନ୍ତି। ଦୁଇ ବର୍ଷ ତଳେ ଏକ ଦୁର୍ଘଟଣାରେ ଗୋଟିଏ ପାଦ ହରାଇବା ପରେ ମଧ୍ୟ ସୀମା ହାର ମାନିନାହାନ୍ତି। ସେ ମନ ଲଗାଇ ପଢ଼ି ବଡ଼ ହୋଇ ଶିକ୍ଷକ ହେବାକୁ ଲକ୍ଷ୍ୟ ରଖିଛନ୍ତି। କାରଣ ସେ ଆଖପାଖର ଲୋକଙ୍କୁ ଶିକ୍ଷିତ କରିବାକୁ ଚାହୁଁଛନ୍ତି। ସୀମାଙ୍କ ଆତ୍ମବିଶ୍ବାସ ଆଗରେ ଗ୍ରାମବାସୀ ମଧ୍ୟ ହାର ମାନିଛନ୍ତି। ଦିବ୍ୟାଙ୍ଗ ହେବା ସତ୍ତ୍ବେ ସୀମାଙ୍କଠାରେ ଆତ୍ମବିଶ୍ବାସ ଭରପୂର ହୋଇ ରହିଛି ବୋଲି ସେମାନେ କହିଛନ୍ତି। ସୀମା ଖେରାର ନକ୍ସଲ ପ୍ରଭାବିତ ଅଞ୍ଚଳ ଫତେପୁର ଗ୍ରାମରେ ରହୁଛନ୍ତି। ସୀମାଙ୍କ ବାପା ରାଜ୍ୟ ବାହାରେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି।

Leave A Reply

Your email address will not be published.