ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗାଧୋଉଥିବାବେଳେ କେନାଲ୍‌ରେ ଭାସିଗଲେ ଭିସୁଟ୍ ଛାତ୍ର, ମୃତଦେହ ଉଦ୍ଧାର

ସମ୍ବଲପୁର: ସାଙ୍ଗମାନଙ୍କ ସହ ଗାଧେଇବା ହେଲା କାଳ । ସମ୍ୱଲପୁର ବୁର୍ଲା ପାଓ୍ୱାର କେନାଲରେ ସାଙ୍ଗମାନଙ୍କ ସହ ଗାଧୋଉଥିବାବେଳେ ଭାସିଗଲେ ଭିସୁଟର ଇଞ୍ଜିନିୟରିଂ ଛାତ୍ର । ତେବେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଜାରି କରିଥିଲେ । ଦୀର୍ଘ ସମୟର ଖୋଜାଖୋଜି ପରେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ, ଆଜି ପ୍ରାୟ ୧୦ରୁ୧୨ ଜଣ ଛାତ୍ର ଏକାଠି ହୋଇ କେନାଲକୁ ଗାଧୋଇବାକୁ ଯାଇଥିଲେ । ମାତ୍ର ଗାଧୋଉଥିବାବେଳେ ଅସାବଧାନତା କାରଣରୁ ଗୋଡ ଖସି ଯିବାରୁ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ଜଣେ ଛାତ୍ର । ସେଠାରେ ଥିବା ତାଙ୍କ ସାଙ୍ଗମାନେ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ମୃତ ଛାତ୍ର ଜଣକ ହେଉଛନ୍ତି ମେକାନିକାଲ ଇଂଜିନିୟରିଂର ଦ୍ୱିତୀୟ ବର୍ଷର ଛାତ୍ର ତ୍ରିଲୋଚନ ମହାରଣା । ସେପଟେ ତ୍ରିଲୋଚନଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.