ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧାମନଗର ବ୍ୟାଟଲ ପାଇଁ ଚାଲିଛି ପୋଲିଂ: ଅପରାହ୍ନ ୫ଟା ସୁଦ୍ଧା ୫୮.୫୩ ପ୍ରତିଶତ ମତଦାନ

ଭଦ୍ରକ: ଧାମନଗର ବ୍ୟାଟଲ ପାଇଁ ଚାଲିଛି ପୋଲିଂ । ନୂଆ ବିଧାୟକଙ୍କୁ ନିର୍ବାଚିତ କରୁଛନ୍ତି ଧାମନଗରବାସୀ । ଶାନ୍ତି ଶୃଙ୍ଖଳାରେ ଭୋଟ ଚାଲିଛି । ଅପରାହ୍ନ ୫ଟା ସୁଦ୍ଧା ଧାମନଗରରେ ୫୮.୫୩ ପ୍ରତିଶତ ମତଦାନ ହୋଇଛି। ୬ ଟା ପରେ ମଧ୍ୟ ଭିତରେ ଥିବା ଲୋକ ଭୋଟ ଦେଇ ପାରିବେ। ପିଙ୍କ ଓ ମଡେଲ ବୁଥକୁ ଲୋକ ପସନ୍ଦ କରିଛନ୍ତି। ୨ ଟି ଜାଗାରେ ଗୋଣ୍ଡଗୋଳର ଅଭିଯୋଗ ଆସିଛି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ସୂଚନା ଦେଇଛନ୍ତି। ରାଜ୍ଯ

ମଇଦାନରେ ବିଜେଡିର ଅବନ୍ତୀ ଦାସ, ବିଜେପିର ସୂର୍ୟ୍ୟବଂଶୀ ସୂରଜ ଓ କଂଗ୍ରେସର ବାବା ହରେକୃଷ୍ଣ ସେଠୀ ଥିବା ବେଳେ, ସମସ୍ତ ଦଳ ଲାଗି ଉପନିର୍ବାଚନ ପାଲଟିଛି ଅଗ୍ନି ପରୀକ୍ଷା ।

Leave A Reply

Your email address will not be published.