ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧାମନଗର ଉପନିର୍ବାଚନ: କିଏ ଜିତିବ ଧାମନଗର ବାଜି ? ଆରମ୍ଭ ହେଲା ଭୋଟ ଗଣତି

ଧାମନଗର: ଆଜି ଆସିବ ଧାମନଗର ଉପନିର୍ବାଚନ ଫଳାଫଳ । ଆରମ୍ଭ ହୋଇଛି ଭୋଟ ଗଣତି । ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୋଟ୍ ଗଣତି ପାଇଁ ଭଦ୍ରକ ସଂସ୍କୃତି ଭବନରେ ବ୍ୟବସ୍ଥା କରାଯାଇଛି । ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ୧୮ଟି ରାଉଣ୍ଡରେ ହେବ ଭୋଟ୍ ଗଣତି । ପ୍ରତି ରାଉଣ୍ଡ ପରେ ଘୋଷଣା ହେବ ଫଳାଫଳ । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହୋଇଛି । ପୋଷ୍ଟାଲ ବାଲଟ ଗଣତି ଶେଷ ହେବା ପରେ ଇଭିଏମ ଗଣତି ହେବ । ଅପରାହ୍ନ ୫ଟା ସୁଦ୍ଧା ଫଳାଫଳ ଘୋଷଣା ହେବା ନେଇ ସୂଚନା ମିଳିଛି। ତେବେ କିଛି ସମୟ ପରେ ପ୍ରଥମ ରାଉଣ୍ଡର ଫଳାଫଳ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

କାଉଣ୍ଟିଂରେ ପ୍ରତି ଟେବୁଲ ପାଇଁ ଜଣେ ସୁପରଭାଇଜର, ଜଣେ ଆସିଷ୍ଟାଣ୍ଡ ସୁପରଭାଇଜର ଆଉ ଜଣେ ମାଇକ୍ରୋ ଅବଜରଭର ରହିବେ । ଏହାସହ ପ୍ରତି ଟେବୁଲରେ ପ୍ରାର୍ଥୀମାନଙ୍କର ଜଣେ ଲେଖାଏଁ କାଉଣ୍ଟିଙ୍ଗ ଏଜେଣ୍ଟ ମଧ୍ୟ ରହିବେ । ୧୪ଟି ଟେବୁଲ୍ ବ୍ୟତୀତ ରିଟର୍ଣ୍ଣିଂ ଅଫିସରଙ୍କ ପାଇଁ ଏକ ସେଣ୍ଟ୍ରାଲ ଟେବୁଲ ରହିବ । ଧାମନଗର ବ୍ଲକରୁ ଗଣତି ଆରମ୍ଭ ହୋଇ ତିହିଡ଼ି ବ୍ଲକରେ ସରିବ ।

Leave A Reply

Your email address will not be published.