ୟୁକ୍ରେନରେ ପହଞ୍ଚି ମାରିଓପଲ ବାସିନ୍ଦାଙ୍କୁ ଭେଟିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

କିଭ୍: ରୁଷ ଏବଂ ୟୁକ୍ରେନ ଭିତରେ ଯୁଦ୍ଧ ଲାଗି ରହିଥିବା ବେଳେ ୟୁକ୍ରେନ ଗସ୍ତ କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ରୁଷ କବଜା କରିସାରିଥିବା ୟୁକ୍ରେନର ମାରିଓପଲରେ ପୁଟିନ ପହଞ୍ଚିଥିବା ଜଣାପଡିଛି । ଅର୍ନ୍ତଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ହେଲିକପ୍ଟରେ ୟୁକ୍ରେନର କ୍ରିମୟାରେ ପହଞ୍ଚିବାପରେ ସେଠାରୁ ନିଜେ କାର ଚଳାଇ ମାରିଓପଲରେ ପୁଟିନ ପହଞ୍ଚିଛନ୍ତି । ମାରିଓପଲ ସମୁଦ୍ର ପରିଦର୍ଶନ ମଧ୍ୟ ପୁଟିନ କରିଥିବା ରୁଷ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଏଠାକାର ବାସିନ୍ଦାଙ୍କୁ ଭେଟି ସେମାନଙ୍କ ହାଲଚାଲ ପଚାରିବୁଝିଛନ୍ତି । ମାରିଓପଲରେ ମୃତୟନ ରୁଷ ସେନାର ଶୀର୍ଷ ସେନାଧିକାରଙ୍କୁ ଭେଟିଛନ୍ତି । ଚିଫ ଅଫ ଜେନରାଲ ଷ୍ଟାପ ବାଲେରୀ ଗେରାସିମୋବଙ୍କୁ ଭେଟି ଯୁଦ୍ଧ ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ପୁଟିନ । ୨୦୨୨ ମସିହାରେ ମେ ମାସରୁ ମାରିୟୁପୋଲକୁ କବଜା କରିଥିିଲା ରୁଷ ସେନା ।

ଖବର ଅନୁଯାୟୀ,  ରୁଷ ଏବଂ ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରି ସାରିଛି।  ଠିକ ବର୍ଷେ ପୂରଣ ହେବାକୁ ଥିବା ଦିନକୁ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେ ୟୁକ୍ରେନ ଗସ୍ତରେ ପହଞ୍ଚିଥିଲେ।

 

Leave a comment