ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଇଡିର ଖୁଲାସା: ଟିକସରୁ ବର୍ତ୍ତିବାକୁ ୬୨,୪୭୬ କୋଟି ଚୀନ୍‌ ପଠାଇଛି ଭିଭୋ

ନୂଆଦିଲ୍ଲୀ(ଏଜେନ୍ସି): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବଡ଼ ଖୁଲାସା କରିଛି। ଚୀନ୍‌ର ସ୍ମାର୍ଟଫୋନ୍‌ ନିର୍ମାଣକାରୀ କମ୍ପାନୀ ଭିଭୋ ଟିକସ ପଇଠରୁ ବର୍ତ୍ତିବା ପାଇଁ ୬୨,୪୭୬ କୋଟି ଟଙ୍କା ଚୀନ୍‌କୁ ପଠାଇଦେଇଥିବା ଇଡି କହିଛି। ଭିଭୋ ଇଣ୍ଡିଆ ଚଳିତ ବର୍ଷ ବିକ୍ରି କରିଥିବା ମୋଟ ଅର୍ଥରୁ ପାଖାପାଖି ୫୦ ପ୍ରତିଶତ ଅର୍ଥାତ ୬୨,୪୭୬ କୋଟି ଟଙ୍କା ବିଦେଶକୁ ସ୍ଥାନାନ୍ତର କରିଦେଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏ ସମ୍ପର୍କରେ କହିଛି ଯେ ଭିଭୋ ମୋବାଇଲ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଏହା ସହିତ ସମ୍ବନ୍ଧିତ ୨୩ କମ୍ପାନୀ ବିରୋଧରେ ବୁଧବାର ହୋଇଥିବା ମିଳିତ ତଭଲାସୀ ଅଭିଯାନ ପରେ କମ୍ପାନୀର ବ୍ୟାଙ୍କ ଖାତାରେ ଜମା ହୋଇ ଥିବା ୪୬୫ କୋଟି ଟଙ୍କା ଜବତ ହୋଇଛି। ଏହାଛଡ଼ା ୭୩ ଲକ୍ଷ ନଗଦ ଟଙ୍କା ଓ ୨ କେଜି ସୁନା ମଧ୍ୟ ଜବତ କରାଯାଇଛି।

ଭିଭୋର ପୂର୍ବତନ ନିର୍ଦ୍ଦେଶକ ବିନ୍‌ ଲାଓ ଭାରତରେ କିଛି କମ୍ପାନୀ କରିବା ପରେ ୨୦୧୮ରେ ଦେଶ ଛାଡ଼ିଥିଲେ। ଏବେ ସେହି କମ୍ପାନୀଗୁଡ଼ିକ ଉପରେ ଯାଞ୍ଚ ଏଜେନ୍ସି ନଜର ରଖିଛି। ଭିଭୋ ଇଣ୍ଡିଆର କର୍ମଚାରୀ ତଲାସିବେଳେ ସହଯୋଗ କରି ନ ଥିବା ଇଡି କହିଛି। କର୍ମଚାରୀମାନେ ଚଢ଼ଉ ସମୟରେ ଡିଜିଟାଲ୍‌ ଉପକରଣଗୁଡ଼ିକୁ ଲୁଚାଇବାକୁ ଚେଷ୍ଟା ମଧ୍ୟ କରିଥିଲେ। କିନ୍ତୁ ଏଜେନ୍ସିର ତଲାସି ଟିମ୍‌ ଏହି ଡିଜିଟାଲ୍‌ ତଥ୍ୟ ହାସଲ କରିବାରେ ସଫଳ ହୋଇଥିବା ଇଡି କହିଛି।

Leave A Reply

Your email address will not be published.