ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଥମ ଥର ପାଇଁ ଆରମ୍ଭ ହେଲା ‘ମୋ ନିବେଦନ’ କାର୍ଯ୍ଯକ୍ରମ, ଭର୍ଚୁଆଲରେ ହେବ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ

ବ୍ରହ୍ମପୁର: ଗଞ୍ଜାମରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ‘ମୋ ନିବେଦନ’ କାର୍ଯ୍ଯକ୍ରମ । ମହାମାରୀ କରୋନା ସମୟରେ ଲୋକଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି କାର୍ଯ୍ଯକ୍ରମ ହାତକୁ ନିଆଯାଇଛି। ଭର୍ଚୁଆଲରେ ଗ୍ରାମବାସୀଙ୍କ ସମସ୍ୟା ସମାଧାନ ପାଇଁ ଏହି କାର୍ଯ୍ଯକ୍ରମ ଆରମ୍ଭ ହୋଇଛି । ଗ୍ରାମପଞ୍ଚାୟତ ଅଧିକାରୀମାନେ ଲୋକଙ୍କ ପାଖକୁ ଯାଇ କମ୍ପ୍ୟୁଟର ଜରିବରେ ଜିଲ୍ଲାପ୍ରଶାସନ ସହ ସେମାନଙ୍କ ଅଭିଯୋଗ ସମ୍ପର୍କରେ କଥା ହେବେ । ଏହି ଅବସରରେ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଏହି କାର୍ଯ୍ଯକ୍ରମର ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି କାର୍ଯ୍ଯକ୍ରମକୁ ଉଦଘାଟନ କରିଛନ୍ତି। 

Leave A Reply

Your email address will not be published.