ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏହି ଖେଳାଳିଙ୍କୁ ୫ ବର୍ଷ ହେଲା ଦଳରୁ ଦୂରେଇ ରଖିଥିଲେ ବିରାଟ କୋହଲି, ଦକ୍ଷିଣ ଆଫ୍ରିକା ବିପକ୍ଷରେ କେଏଲ ରାହୁଲ ଦେଲେ ଖେଳିବାର ସୁଯୋଗ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆକୁ ୩୧ ରନ୍‌ରେ ପରାଜୟର ସାମ୍ନା କରିବାକୁ ପଡିଛି। ପୂର୍ବରୁ ଟେଷ୍ଟ ସିରିଜକୁ ୨-୧ରେ ହାରିଥିବା ବେଳେ ପୁଣିଥରେ ଦିନିକିଆ ସିରିଜରେ ଦକ୍ଷିଣ ଆଫ୍ରିକା ଠାରୁ ୧-୦ରେ ପଛରେ ରହିଛି ଭାରତ। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଦଳକୁ ଫେରିଛନ୍ତି ଅନେକ ଭେଟେରାନ ଖେଳାଳି । ଏହି ଖେଳାଳୀମାନଙ୍କ ମଧ୍ୟରେ ଗୋଟିଏ ନାମ ଅଛି ଯିଏକି ୫ ବର୍ଷ ପରେ ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ହେଉଛନ୍ତି ରବିଚନ୍ଦ୍ରନ ଅଶ୍ବିନ। ପୂର୍ବତନ ଅଧିନାୟକ ବିରାଟ କୋହଲି ଏହି ଖେଳାଳିଙ୍କୁ ଦିନିକିଆ ଦଳରେ ସୁଯୋଗ ଦେଇନଥିଲେ। କିନ୍ତୁ ବରାଟ ଅଧିନାୟକ ପଦ ଛାଡିବା ପରେ ରୋହିତ ଶର୍ମା ଏବଂ କେଏଲ ରାହୁଲ ଏହି ଖେଳାଳିଙ୍କ ଉପରେ ଆସ୍ଥା ପ୍ରକଟ କରି ପୁଣିଥରେ ଦିନିକିଆ ଦଳକୁ ଫେରାଇ ଆଣିଛନ୍ତି।

ଭାରତର ପୁର୍ବତନ ଅଧିନାୟକ ମହେନ୍ଦ୍ର ସଂହ ଧୋନିଙ୍କ ସମୟରେ ଅଶ୍ୱିନ୍ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ। କିନ୍ତୁ କୋହଲି ଅଶ୍ୱିନଙ୍କୁ ଟେଷ୍ଟ ବ୍ୟତିତ ଦିନିକିଆ ଏବଂ ଏବଂ T20 ରେ ସୁଯୋଗ ଦେବା ଠିକ୍ ମନେ କରିନଥିଲେ। କିନ୍ତୁ କେ.ଏଲ୍ ରାହୁଲ ଏବଂ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏହି ଖେଳାଳି ପୁଣି ଥରେ ଦଳକୁ ଫେରିବା ସହ ସୀମିତ ଓଭର କ୍ରିକେଟରେ ସଫଳ ହେବାର ପ୍ରମାଣ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ସେ ମଧ୍ୟ ଭଲ ବୋଲିଂ କରିଥିଲେ। ଦ୍ରୁତ ବୋଲରଙ୍କ ପାଇଁ ସହାୟକ ହୋଇଥିବା ଦକ୍ଷିଣ ଆଫ୍ରିକା ପିଚ୍‌ରେ ମଧ୍ୟ ଅଶ୍ୱିନ୍‌ ତାଙ୍କ ୧୦ ଓଭରରେ ମାତ୍ର ୫୩ ରନ୍‌ ଦେଇଥିଲେ। ଏହା ବ୍ୟତୀତ ସେ ଦକ୍ଷିଣ ଆଫ୍ରିକାର ମାରାତ୍ମକ ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି କକ୍‌ଙ୍କ ୱିକେଟ୍ ନେଇଥିଲେ। ଅନ୍ୟ ବୋଲରମାନେ ବ୍ୟୟବହୁଳ ଓଭର ବୋଲିଂ କରୁଥିବା ବେଳେ ଅଶ୍ୱିନ୍ ତାଙ୍କ ଓଭରରେ କମ୍‌ ରନ୍‌ ବ୍ୟୟ କରୁଥିଲେ। । ରବିଚନ୍ଦ୍ରନ୍ ଅଶ୍ୱିନ୍ ୨୦୧୭ରେ ଆଣ୍ଟିଗୁଆର ସାର୍ ଭିଭିଆନ୍ ରିଚାର୍ଡସ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶେଷ ଦିନିକିଆ ଖେଳିଥିଲେ।

କୋହଲିଙ୍କ ସହ ମତଭେଦ ହୋଇଥିଲା!
ଅଧିନାୟକ ବିରାଟ କୋହଲିଙ୍କ ସହ ରବିଚନ୍ଦ୍ରନ ଅଶ୍ୱିନଙ୍କର କିଛି ମତ ପାର୍ଥକ୍ୟ ରହିଛି ବୋଲି ବିଶ୍ୱାସ କରାଯାଏ। ଡ୍ରେସିଂ ରୁମରେ ମଧ୍ୟ ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ବିତର୍କର ଖବର ସାମ୍ନାକୁ ଆସିଥିଲା। ମଝିରେ ଥରେ ମଧ୍ୟ ଖବର ଆସିଥିଲା ​​ଯେ ଅଶ୍ୱିନ୍ କୋହଲିଙ୍କ ବିଷୟରେ ବିସିସିଆଇରେ ଅଭିଯୋଗ କରିଥିଲେ, କିନ୍ତୁ ପରେ ଭେଟେରାନ୍ ବୋଲର ନିଜେ ଏସବୁକୁ ଅସ୍ୱୀକାର କରିଥିଲେ।

Leave A Reply

Your email address will not be published.