ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ ବିରାଟ କୋହଲି

ନୂଆଦିଲ୍ଲୀ : ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଲେ ବିରାଟ କୋହଲି । ଭାରତୀୟ ଟେଷ୍ଟ ଦଳ ଅଧିନାୟକ ପଦ ଛାଡିବା ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ନିଜେ ବିରାଟ କୋହଲି । ପୂର୍ବରୁ ଦିନିକିଆ ଏବଂ ଟି-୨୦ ଅଧିନାୟକ ପଦରେ ମଧ୍ୟ ନଥିଲେ କୋହଲି ।


ଅଧିନାୟକ ପଦରୁ ଆଜି ଇସ୍ତଫା ଦେଇଛନ୍ତି କୋହଲି । ତେବେ ଇସ୍ତଫା ନେଇ ଟ୍ୱିଟ୍ କରି ନିଜେ ସୂଚନା ଦେଇଛନ୍ତି ବିରାଟ । ଏବଂ ଏହା ସହ ଟ୍ୱିଟରେ ସେ ଏକ ବାର୍ତ୍ତା ମଧ୍ୟ ଲେଖିଛନ୍ତି।ଟ୍ବିଟରରେ ସେ ଲେଖିଛନ୍ତି ଯେ ଗତ ୭ ବର୍ଷରେ ସେ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ଦଳକୁ ଆଗକୁ ନେଇଛନ୍ତି । ନିଜ କାମକୁ ସେ ସଚ୍ଚୋଟତାର ସହ କରିଛନ୍ତି । ଏହି ୭ ବର୍ଷରେ ଦଳ ଅନେକ ଉପର ତଳ ଦେଖିଛି, କିନ୍ତୁ କେବେ ମଧ୍ୟ ଉଦ୍ୟମ ଓ ବିଶ୍ବାସ ହରାଇନାହାନ୍ତି । ସବୁ କାମର ଏକ ଶେଷ ଥାଏ ଓ ତାଙ୍କ ପାଇଁ ଟେଷ୍ଟ ଅଧିନାୟକ ପଦବୀ ଛାଡ଼ିବାର ସମୟ ଆସିଯାଇଛି । ଯେଉଁ କାମ ପାଇଁ ଆପଣ ୧୨୦ ପ୍ରତିଶତ ଦେଇପାରିବେ ନାହିଁ, ସେହି କାମ କରିବା ଉଚିତ ନୁହେଁ । ମୋ ହୃଦୟ ନିର୍ମଳ ଅଛି, ଏଣୁ ମୁଁ ମୋଟ ଟିମ ପ୍ରତି ବିଶ୍ବସ୍ତତାକୁ ତ୍ୟାଗ କରିପାରିବି ନାହିଁ । ସେ ମଧ୍ୟ ରବି ଶାସ୍ତ୍ରୀ, ମହେନ୍ଦ୍ର ସିଂ ଧୋନୀ ଓ ଦଳର ଅନ୍ୟ ଖେଳାଳିମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଗତକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜରେ ପରାଜୟ ବରଣ କରିଥିଲା ଭାରତୀୟ କ୍ରିକେଟ ଦଳ। ଯାହା ପରେ ବିରାଟଙ୍କ ଅଧିନାୟକତ୍ବକୁ ନେଇ ଚର୍ଚ୍ଚା ଆଲେଚନା ହେଉଥିଲା। ପୂର୍ବରୁ ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟରୁ ମଧ୍ୟ ସେ ନିଜ ଆଡୁ ଇସ୍ତଫା ଦେଇଥିଲେ । ପରେ ଦିନିକିଆ ଅଧିନାୟକ ପଦରୁ କୋହଲିଙ୍କୁ ବିଦା କରି ରୋହିତ ଶର୍ମାଙ୍କୁ ଦାୟିତ୍ବ ଦେଇଥିଲା ବିସିସିଆଇ । ତେବେ ଶନିବାର ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଛନ୍ତି ବିରାଟ କୋହଲି।

Leave a comment