ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଚିନ ତେନ୍ଦୁଲକରଙ୍କ ବଡ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଗାଙ୍ଗୁଲି-ଦ୍ରାବିଡଙ୍କୁ ବି ପକାଇଲେ ପଛରେ

କେପଟାଉନ : ଭାରତର ରନ୍‌ ମେସିନ୍‌ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ଭାଙ୍ଗିଛନ୍ତି ସଚିନ ତେନ୍ଦୁଲକରଙ୍କ ଏକ ବଡ଼ ରେକର୍ଡ। ବିଦେଶ ପଡିଆରେ ଦିନିକିଆରେ ସର୍ବାଧିକ ରନ୍‌ କରିଥିବା ଭାରତୀୟ ବ୍ୟାଟର ହୋଇଛନ୍ତି ବିରାଟ। ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ବିରାଟ ନିଜ ନାମରେ ଏହି ରେକର୍ଡ କରିଛନ୍ତି। ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଏହି ବିଶେଷ ସଫଳତା ହାସଲ କରିଛନ୍ତି ବିରାଟ କୋହଲି।

ସଚିନ ବିଦେଶୀ ଗ୍ରାଉଣ୍ଡରେ ୧୪୭  ମ୍ୟାଚରେ ୧୪୬ ଇନିଂସରେ ୫୦୬୫ ରନ୍ ସଂଗ୍ରହ କରିଥିଲେ । ଏହି ସମୟରେ ତେନ୍ଦୁଲକର ୧୨ଟି ଶତକ ଏବଂ ୨୪ଟି  ଅର୍ଦ୍ଧଶତକ ହାସଲ କରିଥିଲେ ​​। ତାଙ୍କର ହାରାହାରି ରନ୍‌ ୩୭.୨୪ ଏବଂ ଷ୍ଟ୍ରାଇକ୍ ରେଟ୍‌ ୮୧.୭୩ ରହିଥିଲା। ସଚିନଙ୍କର ବିଦେଶରେ ସର୍ବାଧିକ ସ୍କୋର ୧୬୩ ଥିଲା। ଯେତେବେଳେ କି କୋହଲି ତେନ୍ଦୁଲକରଙ୍କ ଅପେକ୍ଷା ୩୯ ଟି ଦିନିକିଆ କମ୍‌ ଖେଳିଛନ୍ତି। ସେ ୧୦୮ ଟି ମ୍ୟାଚରେ ବିଦେଶରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ କରିଛନ୍ତି।ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ବ୍ୟତୀତ କୋହଲି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ବର୍ତ୍ତମାନର କୋଚ୍‌ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ଅତିକ୍ରମ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ  ସର୍ବାଧିକ ରନ୍ ସ୍କୋର କରିବାରେ ସେ ଉଭୟ କିମ୍ବଦନ୍ତୀକୁ ଅତିକ୍ରମ କରିଛନ୍ତି। ଦ୍ରାବିଡଙ୍କଠାରୁ ଆଗକୁ ଯିବା ପାଇଁ ତାଙ୍କୁ ୨୩ ରନ୍ ଏବଂ ଗାଙ୍ଗୁଲିଙ୍କଠାରୁ ଆଗକୁ ଯିବାକୁ ୨୭ ରନ୍ ସ୍କୋର କରିବାକୁ ପଡିଛି।

ବିଦେଶରେ ସର୍ବାଧିକ ରନ୍ ସ୍କୋରର୍ ଭାରତୀୟ ବ୍ୟାଟ୍ସମ୍ୟାନ୍ (ODI)
ପ୍ଲେୟାର          ମ୍ୟାଚ୍          ରନ୍
ବିରାଟ କୋହଲି    108        5066 *
ସଚିନ ତେନ୍ଦୁଲକର   147     5065
ମହେନ୍ଦ୍ର ସିଂ ଧୋନି  145      4520
ରାହୁଲ ଦ୍ରାବିଡ       117      3998
ସୌରଭ ଗାଙ୍ଗୁଲି  100      3468

ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବାଧିକ ରନ୍ ସ୍କୋରର 

ପ୍ଲେୟାର                                ଦେଶ     ମ୍ୟାଚ୍    ରନ୍
ସଚିନ ତେନ୍ଦୁଲକର              ଭାରତ     57      2001
ରିକି ପଣ୍ଟିଂ                       ଅଷ୍ଟ୍ରେଲିଆ  48      1879
କୁମାର ସାଙ୍ଗାକାରା          ଶ୍ରୀଲଙ୍କା      44     1789
ଷ୍ଟିଭ୍ ୱଗ୍                       ଅଷ୍ଟ୍ରେଲିଆ      47      1581
ଶିବନାରାଇନ୍ ଚାନ୍ଦପାଲ୍ ୱେଷ୍ଟଇଣ୍ଡିଜ୍    39      1559
ବିରାଟ କୋହଲି            ଭାରତ         28        1314 *
ସୌରଭ ଗାଙ୍ଗୁଲି          ଭାରତ         29     1313
ରାହୁଲ ଦ୍ରାବିଡ             ଭାରତ         36        1287

Leave A Reply

Your email address will not be published.