ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟେଷ୍ଟ କ୍ରିକେଟରେ ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି

ଅହମଦାବାଦ : ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଭାରତ ଦମଦାର ବିଜୟ ହାସଲ କରିଛି । ମ୍ୟାଚ୍‌ର ଦ୍ବିତୀୟ ଦିନରେ ହିଁ ଭ୍ରମଣକାରୀ ଇଂଲଣ୍ଡକୁ ୧୦ ଓ୍ବିକେଟ୍‌ରେ ପରାସ୍ତ କରି ସିରିଜ୍‌ରେ ୨-୧ରେ ଆଗୁଆ ରହିଛି ଭାରତ । ଗୁରୁବାର ଇଂଲଣ୍ଡ ବିପକ୍ଷ ଟେଷ୍ଟ ଜିତି ଭାରତୀୟ ଅଧିନାୟକ ବିରାଟ କୋହଲି ଇତିହାସ ସୃଷ୍ଟି କରିଛନ୍ତି। ଏହି ବିଜୟ ସହିତ ସେ ତାଙ୍କ ନାମରେ ଏକ ବିଶେଷ ସଫଳତା ହାସଲ କରିଥିଲେ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଜୟ ସହ ବିରାଟ କୋହଲି ଭାରତ ମାଟିରେ ସର୍ବାଧିକ ଟେଷ୍ଟ ମ୍ୟାଚ୍ (୨୨) ଜିତିଥିବା ଅଧିନାୟକ ହୋଇଯାଇଛନ୍ତି।

ଏହି ପରିପ୍ରେକ୍ଷୀରେ ସେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି (୨୧) ଙ୍କୁ ପଛରେ ପକାଇ ଦେଇଛନ୍ତି।ଚେନ୍ନାଇରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଘରୋଇ ମାଟିରେ ଅଧିନାୟକ ଭାବରେ କୋହଲି ଧୋନିଙ୍କ ସର୍ବାଧିକ ୨୧ ଟି ଟେଷ୍ଟ ବିଜୟର ସମକକ୍ଷ ହୋଇଥିଲେ। ଭାରତୀୟ ଦଳ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ୨୯ ଟି ମ୍ୟାଚ୍ ଖେଳିଛି। ଏଥିରେ ସେ 22 ଟି ବିଜୟ ସହ ଦୁଇଟିରେ  ପରାଜୟ ଏବଂ ପାଞ୍ଚଟି ମ୍ୟାଚ୍ ଡ୍ର ରହିଛି।

ସେହିପରି ଭାରତୀୟ ଦଳ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ବରେ ଭାରତ ମାଟିରେ  ୩୦ ଟି ଟେଷ୍ଟ ଖେଳିଥିବା ବେଳେ ୨୧ଟି ରେ ବିଜୟ ୩ଟି ପରାଜୟ ଏବଂ ୬ଟି ଡ୍ର ରହିଛି।

Leave A Reply

Your email address will not be published.