ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉତ୍ତରପ୍ରଦେଶରେ ମହିଳାଙ୍କୁ ମାଡ଼ି ବସିଲେ ପୋଲିସ ଅଧିକାରୀ ! ଭିଡିଓ ଭାଇରାଲ୍

କାନପୁର: ଉତ୍ତରପ୍ରଦେଶ ଗ୍ରାମାଞ୍ଚଳ ପୋଲିସର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ଯେଉଁଥିରେ ଜଣେ ପୋଲିସ କର୍ମଚାରୀ ମହିଳାଙ୍କ ଉପରେ ମାଡ଼ି ବସିଥିବା ଦେଖିବାକୁ ମିଳିଛି । ଆଉ ଘଟଣାର ଏକ ଫଟୋକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସୋସିଆଲ ମିଡିଆରେ ସେୟାର କରିବା ସହ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଘଟଣାଟି ଭୋଗିନପୁର ଥାନା ପୁଖରାୟେ ଛକର । ପୋଲିସ ଦୁର୍ଗାଦାସପୁର ଗାଁକୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଛି ।

ଅପରପକ୍ଷରେ ଘଟଣା ନେଇ କାନପୁର ଗ୍ରାମାଞ୍ଚଳ ଏସ୍‌ପି କହିଛନ୍ତି କି, ଫଟୋରେ ଦେଖିବାକୁ ମିଳିଥିବା ମହିଳା ଜଣଙ୍କ ଅଭିଯୁକ୍ତଙ୍କ ଗାଁର । ସେହି ମହିଳା ଜଣଙ୍କ ପୋଲିସ କର୍ମଚାରୀଙ୍କ କଲର ଟାଣିବାରୁ ପୋଲିସ ଜଣଙ୍କ ମହିଳାଙ୍କ ଉପରେ ପଡ଼ିଯିବା ସହ ମହିଳା ଜଣଙ୍କ ତଳେ ରହିଯାଇଥିଲେ । ମହିଳା ଜଣଙ୍କ କଲର ଛାଡ଼ିବା ପରେ ସେ ସେଠାରୁ ଚାଲିଯାଇଥିବା ଏସ୍‌ପି କହିଛନ୍ତି । ତେବେ ଘଟଣାକୁ ନେଇ ଅନେକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । କିଛି ଲୋକ ଭିଡିଓର ସ୍କ୍ରିନ୍ ସର୍ଟ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିବା ଦେଖିବାକୁ ମିଳିଛି ।

ଅନ୍ୟପକ୍ଷରେ ଏହି ଫଟୋଟିକୁ କାନପୁର ପୋଲିସ ମଧ୍ୟ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏବଂ ସଫେଇ ଦେଇ ଲେଖିଛନ୍ତି ଯେ, ଥାନା କର୍ମଚାରୀ ଗାଁକୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିଲେ, କିନ୍ତୁ ସେଠାରେ ଅନ୍ୟ ଯୁବକଙ୍କ ସହାୟତାରେ ଦୁର୍ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ । ଏହା ପରେ ପୋଲିସ ଦ୍ୱାରା ସେହି ଯୁବକଙ୍କୁ କାବୁ କରି ଥାନାକୁ ନିଆଯାଇଥିଲା । ଏହା ପରେ ସେହି ଯୁବକଙ୍କ ଆତ୍ମୀୟ ପରିଜନ ଉତକ୍ଷିପ୍ତ ହୋଇପଡ଼ିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ମହିଳା ତାଙ୍କ ଉପରକୁ ଆକ୍ରମଣ କରିବାରେ ଲାଗିଥିଲେ ଏବଂ ଯୁବକଙ୍କୁ ସେଠାରୁ ଫେରାର କରାଇଥିଲେ । ମହିଳା ଜଣଙ୍କ ପୋଲିସ କର୍ମଚାରୀଙ୍କୁ ଟଣାଓଟରା କରିବାରୁ ଉଭୟ ତଳେ ପଡ଼ିଯାଇଥିଲେ ଯାହାର ଭିଡିଓ ଭାଇରାଲ୍ ହେଉଛି । କିନ୍ତୁ ଏହି ଭିଡିଓର କେବଳ ଏକ ସ୍କ୍ରିନ ସର୍ଟ ନେଇ ଭାଇରାଲ୍ କରିବା ଦୁଃଖଦ ଘଟଣା ବୋଲି କାନପୁର ପୋଲିସ କହିଛି ।

Leave A Reply

Your email address will not be published.