ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଅର ମୃତ୍ୟୁ ପରେ ଶାଶୁକୁ ନିର୍ଯାତନା ଦେଉଛି ବୋହୂ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡ଼ିଓ

ବଲାଙ୍ଗୀର: ବରପାଲିପଡ଼ାରେ ଅଭାବନୀୟ ଘଟଣା ସାମ୍ନାକି ଆସିଛି। ପୁଅର ମୃତ୍ୟୁ ପରେ ବୋହୂ ବାରମ୍ବାର ନିର୍ଯାତନା ଦେଉଥିବା ଶାଶୁ ଅଭିଯୋଗ କରିଛନ୍ତି । ଘରବାଡ଼ି ଘଟଣାକୁ କେନ୍ଦ୍ରକରି ଶାଶୁକୁ ମାଡ଼ ମାରୁଛି ବୋହୁ। ଦାଣ୍ଡରେ ବୃଦ୍ଧା ଶାଶୁକୁ ଚୁଟି ଧରି ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଛି ବୋହୁ । ପାଖରେ ଅନ୍ୟ ଦୁଇ ଜଣ ମହିଳା ମଧ୍ୟ ଅଛନ୍ତି। ଏବେ ଏହି ଭିଡ଼ିଓ ଭାଇରଲ ହୋଇଛି। ଶାଶୁକୁ ବୋହୂ ନିର୍ଦ୍ଧୁମ ମାଡ଼ ମାରୁଥିବା ନେଇ ସୋସିଆଲ ମିଡିଆରେ ଭାିରାଲ ହେବାରେ ଲାଗିଛି ଏହି ଭିଡ଼ିଓ ।

ସୂଚନା ମୁତାବକ,  କିଛି ଦିନ ତଳେ ପୁଅର ମୃତ୍ୟୁ ଘଟିଥିଲା । ପୁଅର ମୃତ୍ୟୁ ପରେ ବୋହୁ ବାରମ୍ବାର ନିର୍ଯାତନା ଦେଉଥିବା ଶାଶୁ ଅଭିଯୋଗ କରିଛନ୍ତି । ପୁର୍ବରୁ ଏହି ବିବାଦ ବଲାଙ୍ଗୀର ଟାଉନ ଥାନାରେ ଥିଲେ ବି ପୁଲିସ କିଛି କାର୍ଯ୍ଯାନୁଷ୍ଠାନ ନେଇ ନଥିବା ଜଣାପଡ଼ିଛି ।

ପୂର୍ବରୁ ଅନେକ ଥର ବୋହୂ ଜଣଙ୍କ ଶାଶୁଙ୍କୁ ମାଡ଼ ମାରିଥିବା କହିଛନ୍ତି ଅଭିଯୋଗକାରୀ । ଆଜି ପୁନର୍ବାର ସଂପୃକ୍ତ ମହିଳାଙ୍କୁ ତାଙ୍କ ବୋହୂ ମାଡ଼ ମାରିଥିବା ଜଣା ପଡିଛି । ଭିଡ଼ିଓରେ ସ୍ପଷ୍ଟ ଦୃଶ୍ୟମାନ ପାଖରେ ଅନ୍ୟ ଦୁଇ ଜଣ ମହିଳା ମଧ୍ୟ ଉପସ୍ଥିତ ରହିଛନ୍ତି । ଆଜି ଭିଡିଓଟି ଭାଇରାଲ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏନେଇ ପିଡୀତା ବୃଦ୍ଧା ଜଣକ ନିଜ ସାନ ପୁଅ ସହ ନ୍ୟାୟ ଦାବିରେ ବଲାଙ୍ଗୀର ଏସପିଙ୍କ କାର୍ୟ୍ୟାଳୟରେ ପହଞ୍ଚିଛନ୍ତି ।

Leave A Reply

Your email address will not be published.