ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରେମ ସମ୍ପର୍କରେ ବିବାଦ ହେବାରୁ ପ୍ରେମିକାର ଅଶ୍ଲିଳ ଫଟୋ ଭାଇରାଲ କଲା ପ୍ରେମିକ

ଆଳି: ଜଣେ ଯୁବତୀଙ୍କ ସହ ସମ୍ପର୍କ ସ୍ଥାପନ କରିବା ପରେ ବିବାଦ ହେବାରୁ ଯୁବକ ଜଣଙ୍କ ତାରଅଶ୍ଲିଳ ଫଟୋ ଭାଇରାଲ କରିଥିବା ନେଇ ଅଭିଯୋଗ ହୋଇଛି । ଆଳି ଥାନାରେ ଯୁବତୀଙ୍କ ବାପା କରିଥିବା ଅଭିଯୋଗ ଅନୁଯାୟୀ, ଧୋୟାଚଂଳର ଜଣେ ଯୁବତୀ ଯାଜପୁର ଜିଲ୍ଲାର ଏକ ନିର୍ଦିଷ୍ଟ କଲେଜରେ ଯୁକ୍ତ ୩ ବିଜ୍ଞାନରେ ଦ୍ଵିତୀୟ ବର୍ଷର ଛାତ୍ରୀ ଭାବେ ପାଠ ପଢୁଛନ୍ତି । ଯିବା ଆସିବା ସମୟରେ ନିକଟସ୍ଥ ପଟ୍ଟାମୁଣ୍ଡାଇ ବ୍ଲକ ସିହଂଗାଁ ପଚାଂୟତ ସାନ ରାଉଳଡିଆ ଗ୍ରାମର ଜ୍ୟୋତିକାନ୍ତ ସାମଲଙ୍କ ସହିତ ସଂପର୍କ ସ୍ଥାପନ ହୋଇଥିଲା । ଏହାର ସୁଯୋଗ ନେଇ ଯୁବକ ଜଣଙ୍କ କୌଶଳ କ୍ରମେ ଦୈହିକ ସଂପର୍କ ସ୍ଥାପନ କରି ଏହାର ଭିଡିଓ ଉତୋଳନ କରିଥିଲା । ସେମାନଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ହେବାରୁ ଯୁବକ ଜଣଙ୍କ ଧମକ ଚମକ ଦେଇ କଲେଜ ଯାଇ ଯୁବତୀକୁ ଟଣା ଓଟରା କରିବା ସହ ଉକ୍ତ ଅଶ୍ଲିଳ ଭିଡିଓର କିଛି ସ୍କ୍ରିନସଟ ଫଟୋ ସୋସିଆଲ ମିଡିଆରେ ଛାଡିଥିଲା । ଏହାକୁ କେନ୍ଦ୍ରକରି ଯୁବତୀ ଜଣଙ୍କ ଏହା ମଧ୍ୟରେ ଦୁଇଥର ଆତ୍ମହତ୍ୟା ଉଦ୍ୟମ କରି ବର୍ତ୍ତି ଯାଇଛନ୍ତି । ତାଙ୍କ ପରିବାର ପ୍ରତି ବିପଦ ଥିବାରୁ ସେମାନେ ଭୟଭିତ ହୋଇ ରହିଛନ୍ତି । ଏତଲା ପାଇବା ପରେ ଆଳି ଥାନା ଆଇଆଇସି ସଲିଳ କୁମାର ପ୍ରଧାନ ୨୩୫/୨୧ କେସ ରୁଜୁ କରିବା ସହ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଘଟଣାର ତଦନ୍ତ ଚାଲିଛି । ଖୁବ ଶିଘ୍ର ପଦକ୍ଷେପ ନିଆଯିବ ।

Leave A Reply

Your email address will not be published.