ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୁସ୍ତି ମହାସଙ୍ଘର ସଭାପତିଙ୍କ ନାଁରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଲେ ଭିନେଶ ଫୋଗାଟ

ନୂଆଦିଲ୍ଲୀ: ଷ୍ଟାର ରେସଲର ଭିିନେଶ ଫୋଗାଟ କୁସ୍ତି ମହାସଙ୍ଘର ସଭାପତିଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।  ବୁଧବାର ରେସଲିଂ ଫେଡେରେସନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫଆଇ) ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣି ସେ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗ କରିଛନ୍ତି।

ଭିିନେଶ ଫୋଗାଟ ଅଭିଯୋଗ ଅନୁଯାୟୀ, ସେ ବ୍ରିଜ ଭୂଷଣଙ୍କ ଦ୍ୱାରା ମାନସିକ ନିର୍ଯାତନାର ଶିକାର ହୋଇଥିଲେ ଏବଂ ସେ ଆତ୍ମହତ୍ୟା କରିବାକୁ ସୁଦ୍ଧା ଚିନ୍ତା କରିଥିଲେ। ଏସୀୟ କ୍ରୀଡା ଏବଂ ରାଜ୍ୟଗୋଷ୍ଠୀ କ୍ରୀଡା ସ୍ୱର୍ଣ୍ଣ ପଦକ ବିଜେତା ଫୋଗାଟ କହିଛନ୍ତି ଯେ ଯୌନ ଉତ୍ପୀଡ଼ନ ବିରୋଧରେ ନ କହିବା ପାଇଁ ତାଙ୍କୁ ଅତୀତରେ ଚୁପ୍‌ କରାଯାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଅଲିମ୍ପିକ୍‌ ପଦକ ବିଜେତା ସାକ୍ଷୀ ମଲ୍ଲିକ ଏବଂ ବଜରଙ୍ଗ ପୁନିଆଙ୍କ ସମେତ ୩୧ ଜଣ କୁସ୍ତିଯୋଦ୍ଧା ନୂଆଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଭିନେଶ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଦୁଃଖ ବଖାଣୁ ଥିବାବେଳେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡି କାନ୍ଦି ପକାଇଥିଲେ।

କୁସ୍ତିଯୋଦ୍ଧାମାନେ ଡବ୍ଲୁଏଫଆଇ ପ୍ରଶାସନରେ ପରିବର୍ତ୍ତନ ଦାବି କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତର କ୍ରୀଡା ପ୍ରାଧିକରଣକୁ ଏ ଘଟଣାରେ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଥିଲେ। ଉଲ୍ଲେଖଯୋଗ୍ୟ, ବ୍ରିଜ ଭୂଷଣ ଶରଣ ସିଂ ମଧ୍ୟ ଉତ୍ତରପ୍ରଦେଶର କାଇଜରଗଞ୍ଜର ଭାରତୀୟ ଜନତା ପାର୍ଟି (ବିଜେପି)ର ସାଂସଦ ଅଟନ୍ତି।

Leave A Reply

Your email address will not be published.