ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଢେଙ୍କାନାଳରେ ରେଡ୍ ବେଳେ ସିବିଆଇ ଅଫିସରଙ୍କୁ ମାଡ଼, ତାଲା ପକାଇ ମାଡ଼ ମାରିଲେ ଗ୍ରାମବାସୀ

ଢେଙ୍କାନାଳ: ରେଡ୍ ବେଳେ ହଟହଟା ହେଲା ସିବିଆଇ । ସନ୍ଦେହରେ ତାଲ ପକାଇଲେ, ମାଡ଼ ମାରିଲେ ଲୋକେ । ଅନଲାଇନରେ ଶିଶୁଙ୍କୁ ଯୌନ ନିର୍ୟାତନା ଓ ଶୋଷଣ ଅଭିଯୋଗରେ ଦେଶର ୧୪ଟି ରାଜ୍ୟର ୭୬ଟି ଜାଗାରେ ଆଜି ଏକକାଳୀନ ରେଡ୍ ମାରିଛି ସିବିଆଇ । ଢେଙ୍କାନାଳର ଜଣେ ଯୁବକଙ୍କ ଘରେ ମଧ୍ୟ ସିବିଆଇ ସକାଳୁ ଛାନଭିନ୍ କରିଛି । ଜୁବଲି ଟାଉନ୍ କଲୋନୀ ସାହିର ସୁରେନ୍ଦ୍ର ନାୟକ ଓରଫ ମିଥୁନଙ୍କ ଘରେ ଅଚାନକ ରେଡ୍ କରିଥିଲେ ସିବିଆଇ ଟିମ୍ । ସୁରେନ୍ଦ୍ର ଏକ ଅଶ୍ଳୀଳ ଭିଡିଓ ୱେବ୍‌ସାଇଟ୍‌ର ଏଜେଣ୍ଟ ଥିବା ଅଭିଯୋଗ ରହିଥିଲା।  ସକାଳ ୭ଟାରୁ ୪ଜଣ ଅଧିକାରୀ ମିଥୁନଙ୍କୁ ନିଜ ଅକ୍ତିଆରକୁ ନେବା ସହ ତାଙ୍କ ଘରେ ଯାଞ୍ଚ ଆରମ୍ଭ କରିଥିଲେ ।

ସୁରେନ୍ଦ୍ର ନାୟକ ଓରଫ ମିଥୁନଙ୍କକୁ ସିବିଆଇ ଟିମ୍‌ର ପଚରାଉଚରା ବେଳେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ଯାଞ୍ଚ କରୁଥିବା ଅଧିକାରୀ ସିବିଆଇର କୌଣସି ପରିଚୟପତ୍ର ଦେଖାଇ ନପାରିବାରୁ ଲୋକେ ତାଲା ପକାଇେଦେବା ସହ ଜେରା କରୁଥିବା ସିବିଆଇ ଅଧିକାରୀଙ୍କୁ ସ୍ଥାନୀୟ ଅଞ୍ଚଳର ମହିଳାମାନେ ଘେରିଯାଇଥିଲେ । ଗାଁର ମହିଳାମାନେ ସିବିଆଇ ଅଫିସରଙ୍କୁ ଠେଙ୍ଗା ଏବଂ ବାଡିରେ ଆକ୍ରମଣ ମଦ୍ୟ କରିଥିବାର ଅଭିଯୋଗ ହୋଇଛି। ଦିଲ୍ଲୀ ଓ ଭୁବନେଶ୍ୱରର ସିବିଆଇ ଅଧିକାରୀ ଏହି ଟିମ୍‌ରେ ସାମିଲ ଥିଲେ । ସେମାନେ ସୁରେନ୍ଦ୍ରକୁ ପଚରାଉଚରା କରିବା ବେଳେ ଲୋକେ ଉତ୍ୟକ୍ତ ହୋଇ ତାଙ୍କୁ ଘେରିଥିଲେ ।

ଦୁଇଜଣ ଅଧିକାରୀ କୌଶଳ କ୍ରମେ କଲୋନୀରୁ ବାହାରି ସ୍ଥାନୀୟ ଥାନାକୁ ଜଣାଇବା ପରେ ପୁଲିସ୍ ସେଠାରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ନେଇଛି । ପୁଲିସ ସିବିଆଇ ଅଧିକାରୀଙ୍କୁ ଉଦ୍ଧାର କରି ଟାଉନ୍ ଥାନାକୁ ନେଉଥିବା ବେଳେ ମଧ୍ୟ ଗାଁ ମହିଳା ମାଡ଼ ମାରିଛନ୍ତି । ତେବେ, ସିବିଆଇ ରେଡ୍ ନେଇ ସ୍ଥାନୀୟ ଥାନାକୁ କୌଣସି ପ୍ରାକ୍ ସୂଚନା ଦେଇନଥିବା ଟାଉନ୍ ଥାନା ଅଧିକାରୀ କହିଛନ୍ତି ।

ପ୍ରାଥମିକ ସୂଚନା ମୁତାବକ ସୁରେନ୍ଦ୍ରଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଆସିଥିବା ସିବିଆଇ ଜାଣି ପାରିଛି । ସାରାଦେଶରୁ ୨୩ଟି ନୂଆ ଅଭିଯୋଗକୁ ଭିତ୍ତି କରି ୮୩ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ । ରାଜ୍ୟରେ ଢେଙ୍କାନାଳ ସହ ଭଦ୍ରକ ଓ ଅନୁଗୁଳରେ ସିବିଆଇ ରେଡ୍ କରୁଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଅନଲାଇନରେ ଶିଶୁଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ସିବିଆଇ ତନାଘନା କରୁଛି । ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୭୬ଟି ସ୍ଥାନରେ ଚଢାଉ କରୁଛି ସିବିଆଇ । ଓଡ଼ିଶାରେ ମଧ୍ୟ ଢେଙ୍କାନାଳ ଏବଂ ଯାଜପୁର ଓ ଭଦ୍ରକରେ ସିବିଆଇ ପକ୍ଷରୁ ଯାଂଚ କରାଯାଉଛି । ନଭେମ୍ବର ୧୪ ତାରିଖରେ ସିବିଆଇ ଅଲଗା ଅଲଗା ୨୩ଟି ମାମଲା ରୁଜୁ କରିଥିଲାଏଥିରେ ୮୩ ଜଣଙ୍କୁ ଅଭିଯୁକ୍ତ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ବିଶେଷ କରି ଶିଶୁଙ୍କ ପ୍ରତି ହେଉଥିବା ଯୌନ ନିର୍ୟାତନା ଓ ଶୋଷଣ ଅଭିଯୋଗରେ ଏହି ମାମଲା କରାଯାଇଥିଲା । ଆନ୍ଧ୍ର ପ୍ରଦେଶ, ଉତରପ୍ରଦେଶ, ଦିଲ୍ଲୀ, ହରିୟାଣା, ପଂଜାବ, ବିହାର, ଓଡ଼ିଶା, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶରେ ଏହି ଚଢାଉ ଚାଲିଛି ।

 

Leave A Reply

Your email address will not be published.