ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟିକା ନେବା ଭୟରେ ନଦୀକୁ ଡେଇଁଲେ ଗ୍ରାମବାସୀ

ବାରାବାଙ୍କୀ : କରୋନା ଟିକାକୁ ନେଇ ଲୋକମାନଙ୍କ ମନରେ ଅନେକ ଭ୍ରମ ଓ ଭୟ ଦେଖିବାକୁ ମିଳିଛି । ଦେଶରେ କରୋନା ଟିକା ନମିଳିବାକୁ ନେଇ ହଲ୍ଲା ପଡିଛି । ଏହାରି ଭିତରେ ଏମିତି ଗୋଟିଏ ଖବର ଆସିଛି ଯାହାକୁ ଶୁଣିଲେ ଯେକେହି ତାଜୁବ ହେବ । ଉତ୍ତରପ୍ରଦେଶର ବାରାବାଙ୍କୀ ଜିଲ୍ଲାର ଗୋଟିଏ ଗାଁକୁ କରୋନା ଟିକାକରଣ ପାଇଁ ସ୍ୱାସ୍ଥ୍ୟକର୍ମୀ ଯାଇଥିଲେ । କିନ୍ତୁ ଟିକାକରଣ ଟିମକୁ ଦେଖି ଲୋକ ଡରି ଯାଇଥିଲେ ଓ ସରଯୁ ନଦୀକୁ ଡେଇଁ ପଡିଥିଲେ । ଗାଁ ଲୋକଙ୍କ ଏଭଳି ଅଜବ କାଣ୍ଡକୁ ଦେଖି ସ୍ୱାସ୍ଥ୍ୟକର୍ମୀ ତାଜୁବ ହୋଇଥିଲେ । ଗ୍ରାମବାସୀଙ୍କୁ ନଦୀ ଭିତରୁ ବାହାରକୁ ଆସିବାକୁ ଅନୁରୋଧ କରିଥିଲେ ବି ସେମାନେ ମାନି ନଥିଲେ । ଏହାପରେ ଉପ ଜିଲ୍ଲା ଅଧିକାରୀ ଘଟଣା ସ୍ଥଳରେ ପହଂଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ୧୫୦୦ ଗ୍ରାମବାସୀଙ୍କ ମଧ୍ୟରୁ ମାତ୍ର ୧୪ ଜଣ ଟିକା ନେବାକୁ ରାଜି ହୋଇଥିଲେ ।

ଉପ ଜିଲ୍ଲା ଅଧିକାରୀ ରାଜୀବ ଶୁକ୍ଳା ଓ ନୋଡାଲ ଅଧିକାରୀ ରାହୁଲ ତ୍ରିପାଠୀ ଗ୍ରାମବାସୀଙ୍କ ସହ ଦୀର୍ଘ ସମୟ ଧରି କଥା ହୋଇଥିଲେ , ସେମାନଙ୍କୁ ଟିକାର ଉପକାରିତା ବାବଦରେ ବୁଝାଇବା ସହ ଟିକାକୁ ନେଇ ସେମାନଙ୍କ ମନରେ ଥିବା ଭ୍ରମ ଦୂର କରିବାକୁ ଚେଷ୍ଟା କରିଥିଲେ । ହେଲେ ସେମାନେ ଏସବୁ ବୁଝିବାକୁ ନାରାଜ । ଶେଷରେ ୧୫୦୦ ଗ୍ରାମବାସୀଙ୍କ ମଧ୍ୟରୁ ମାତ୍ର ୧୪ ଜଣ ଲୋକ ଟିକା ନେବାକୁ ରାଜି ହୋଇଥିଲେ ।

Leave A Reply

Your email address will not be published.