ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କୁ ୨ କୋଟି ଟଙ୍କା, ଏସ୍‌ୟୁଭି କାର ପୁରସ୍କାର ଦେଲେ ଗ୍ରାମବାସୀ

ରୋହତକ: ହରିୟାଣା ରୋହତକର ଚିଡି ଗ୍ରାମରେ ଭାଇଚାରାର ଏକ ନିଚ୍ଛକ ନିଦର୍ଶନ ଦେଖିବାକୁ ମିଳିଛି। ଏଠାରେ ସରପଞ୍ଚ ନିର୍ବାଚନରେ ପରାଜିତ ପ୍ରାର୍ଥୀ ଧର୍ମପାଲ୍‌ ଦଲାଲ ଅକା କାଲାଙ୍କୁ ପୁରସ୍କାର ମିଳିଛି। ଗତ ପଞ୍ଚାୟତ ନିର୍ବାଚରେ ମାତ୍ର ୬୬ ଖଣ୍ଡ ଭୋଟରେ ହାରିଥିବା ସରପଞ୍ଚ ପ୍ରାର୍ଥୀଙ୍କୁ ଗାଁ ଲୋକମାନେ ବଡ଼ ଉପହାର ଦେଇଛନ୍ତି। ଗାଁର ସବୁ ଲୋକ ମିଳିତ ଭାବେ ୨ କୋଟି ୧୧ ଲକ୍ଷ ଟଙ୍କା ଓ ଗୋଟିଏ ବଡ଼ କାର(ଏସ୍‌ୟୁଭି) ପରାଜିତ ପ୍ରାର୍ଥୀଙ୍କୁ ପ୍ରଦାନ କରିଛନ୍ତି। ଏହି ଘଟଣା ଏବେ ଚାରି ଆଡ଼େ ଚର୍ଚ୍ଚା ବିଷୟ ପାଲଟିଛି।

ସୂଚନା ଅନୁଯାୟୀ ଗତ ୧୨ ତାରିଖରେ ଚିଡି ପଞ୍ଚାୟତ ନିର୍ବାଚନରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଜିଲ୍ଲା ପ୍ରଶାସନ ଏହି ବୁଥ୍‌କୁ ସମ୍ବେଦନଶୀଳ ଘୋଷଣା କରିଥିଲା। ଧର୍ମପାଲ ନିର୍ବାଚନରେ ସେହି ଗ୍ରାମର ଅନ୍ୟ ଜଣେ ପ୍ରାର୍ଥୀ ନବୀନ ଦଲାଲଙ୍କଠାରୁ ମାତ୍ର ୬୬ ଖଣ୍ଡ ଭୋଟ୍‌ରେ ହାରି ଯାଇଥିଲେ। ପରେ ଗ୍ରାମବାସୀ ତାଙ୍କୁ ଫୁଲମାଳ ଏବଂ ନୋଟ୍‌ରେ ତିଆରି ମାଳ ପିନ୍ଧାଇ ସମ୍ମାନିତ କରିଥିଲେ। ଗ୍ରାମର ପ୍ରତି ଘରୁ ଏଥିପାଇଁ ଚାନ୍ଦା ଆଦାୟ କରାଯାଇଥିଲା। ଭାଇଚାରାକୁ ଅକ୍ଷୁଣ୍ଣ ରଖିବାକୁ ଏବଂ ପରାଜିତ ପ୍ରାର୍ଥୀଙ୍କ ମନୋବଳ କମ୍‌ ହେବାକୁ ନ ଦେବାକୁ ଧର୍ମପାଲଙ୍କ ପାଇଁ ସମ୍ମାନ ସମାରୋହ ଆୟୋଜନ କରାଯାଇଥିଲା।

Leave A Reply

Your email address will not be published.