ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗାଁ ମୁହାଁ ହାତୀ, ଭୟରେ ଗ୍ରାମବାସୀ

ଭଦ୍ରକ: ଗାଁ ମୁହାଁ ହାତୀ, ଭୟରେ ଗ୍ରାମବାସୀ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତରେ ହାତୀ ଆତଙ୍କ। ହାତୀ ଭୟରେ ଗାଁରେ ପଡିଲା ତାଟି କବାଟ। ଗୋଟିଏ ହାତୀ ଗତ କାଲି ରାତିରୁ ପଳେଇ ଆସି ଗଣିଜାଙ୍ଗ ପଞ୍ଚାୟତ ବଗଦା ଶାସନ ଗାଁ ରେ ପଶିଛି । ହାତୀ ଟିକୁ ଲୋକମାନେ ସକାଳେ ଦେଖିବା ପରେ ଭୟଭୀତ ହେବା ସହ ବାହାରକୁ ବାହାରି ପାରୁନାହାନ୍ତି । ଯଦିଓ କୌଣସି କ୍ଷୟକ୍ଷତି ର ସୂଚନା ନାହିଁ, ତଥାପି ଖବର ପାଇ ଘଟଣା ସ୍ଥଳରେ ଫରେଷ୍ଟ ଅଫିସର ପହଞ୍ଚି ନଜର ରଖିଛନ୍ତି। ହାତୀଟି ସ୍ଥାନୀୟ ହଦଗଡ଼ ଜଙ୍ଗଲ ରୁ ଆସିଥିବା ସୂଚନା ମିଳିଛି ।

Leave A Reply

Your email address will not be published.