ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶିକ୍ଷାଧିକାରୀଙ୍କୁ ଗୋଡାଇ ଗୋଡାଇ ମାଡ଼ ମାରିଲେ ଗ୍ରାମବାସୀ

ବାଲେଶ୍ବର: ସୋର ବ୍ଲକ ଶିକ୍ଷାଧିକାରୀଙ୍କୁ ଗୋଡାଇ ଗୋଡାଇ ମାଡ଼ ମାରିଲେ ଗ୍ରାମବାସୀ । ବ୍ଲକରୁ ମିଳିତ ଜନ ଶୁଣାଣି ସାରି ଫେରୁଥିବା ବେଳେ ବ୍ଲକ ଫାଟକ ନିକଟରେ ଶିକ୍ଷାଧିକାରୀ ସୁଧାଂଶୁ ଶେଖର ଜେନାଙ୍କୁ ଆକ୍ରମଣ ହୋଇଛି । ଆକ୍ରମଣର ପ୍ରକୃତ କାରଣ ଜଣା ପଡିନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ବାଲେଶ୍ଵର ଜିଲ୍ଲା ତେଣ୍ଟେଇ ଭିକାରୀ ଚରଣ ନୋଡାଲ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଜୟ ବିଶ୍ବାଳଙ୍କୁ ବଦଳି ନକରିବା ଦାବିରେ ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି । ତେଣ୍ଟେଇ ଗାଁର କିଛି ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଶିକ୍ଷଧିକାରୀଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି । ସୁଧାଂଶୁ ଶେଖର ଜେନାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି ।

Leave A Reply

Your email address will not be published.