ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହଙ୍ଗା ପଡ଼ିଲା ୬ ହଜାର ଟଙ୍କା ଲାଞ୍ଚ, ଭିଜିଲାନ୍ସ ଜାଲରେ ଥାନା ବାବୁ

ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ନିହାଲପ୍ରସାଦ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଯୌତୁକ ନିର୍ଯାତନା ମାମଲାରେ ୩୦୭ଦଫାକୁ କାଟିଦେବା ପାଇଁ  ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ସୂଚନା ଅନୁଯାୟୀ, ଏକ ଯୌତୁକ ନିର୍ଯାତନା ମାମଲାରେ ୩୦୭ଦଫାକୁ କାଟିଦେବା ପାଇଁ ନିହାଲପ୍ରସାଦ ଗ୍ରାମର ଅଇଁଠା ସେଠୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଇଁଠାଙ୍କର ପୁଅ ଦିପୁନାଙ୍କ ନାମରେ ତାଙ୍କ ପତ୍ନୀ ସରୋଜିନୀ ସେଠୀ ଏକ ଯୌତୁକଜନିତ ମାମଲା ରୁଜୁ କରିଥିଲେ। କଟକ ଭିଜିଲାନ୍ସ ଡି.ଏସ୍.ପି ସୁରେନ୍ଦ୍ରନାଥ ରାୟଗୁରୁଙ୍କ ନେତୃତ୍ୱରେ ଇନସ୍ପେକ୍ଟର ଅନିରୁଦ୍ଧ ନାୟକ, ଅନୁପମା ସାହୁ ଓ ବିଜୟ କୁମାର ସେଠୀ ପ୍ରମୁଖ ଚଢ଼ାଉ କରିଥିଲେ। ଏହି ଘଟଣାରେ ଟଙ୍କା ଦେବାରେ ମଧ୍ୟସ୍ଥି ସାଜିଥିବା ଚିତ୍ତରଞ୍ଜନଙ୍କର ବ୍ୟକ୍ତିଗତ ଡ୍ରାଇଭର ପ୍ରକାଶ ମହାଳିକ ଓ ଜଣେ ଲଣ୍ଡରୀ ବ୍ୟବସାୟୀ ଲକ୍ଷ୍ମଣ ସେଠୀଙ୍କୁ ମଧ୍ୟ ଗିରଫ କରାଯାଇଛି।

Leave A Reply

Your email address will not be published.