ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ: ଆୟଠାରୁ ୮୦ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ ମାମଲାରେ ଗିରଫ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଅଟକ କୋଟିପତି କିରାଣିଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ। ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକର ବରିଷ୍ଠ କିରାଣି ରବୀନ୍ଦ୍ର କୁମାର ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଏ ନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ଭିଜିଲାନ୍ସ ଡିଏସ୍‌ପି ସଦାନନ୍ଦ ପାଣି । ଆୟଠାରୁ ୮୦ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

ଗତକାଲି ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରବୀନ୍ଦ୍ରଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । ଗୁଡଭେଲା ବ୍ଲକ ଅନ୍ତର୍ଗତ ଡାହିମାଲ ନିକଟ ଡୁଙ୍ଗୁରିପାଲି ଗାଁରେ ଥିବା ରବୀନ୍ଦ୍ରଙ୍କ ପୈତୃକ ଘର, ତୁଷୁରାରେ ଥିବା ଘର, ବଲାଙ୍ଗୀର ସାଗରପଡାରେ ଥିବା ଦୁଇ ମହଲା କୋଠା ସମେତ ପୁଇଁତଳା ବ୍ଲକ କାର୍ୟ୍ୟାଳୟ ଓ ସ୍ତ୍ରୀ ମେଘମାଳା ପଟ୍ଟନାୟକଙ୍କ ସ୍କୁଲ କାର୍ୟ୍ୟାଳୟରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ୧ କୋଟି ୬୮ଲକ୍ଷ, ୬୯ହଜାର, ୯୯୩ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି । ଏଥିମଧ୍ୟରୁ ପ୍ରାୟ ୯୯ ଲକ୍ଷ ଟଙ୍କା ଆୟ ବର୍ହିଭୂତ ସମ୍ପତ୍ତି ରହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.