ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ଡିଭିଜନର ଜୁନିଅର ଇଞ୍ଜିନିୟର, ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ଡିଭିଜନର ଜୁନିଅର ଇଞ୍ଜିନିୟର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଗ୍ରାମ୍ୟ ଉନ୍ନୟନ ଡିଭିଜନ୍-୨ର ଜୁନିଅର ଇଞ୍ଜିନିୟର ବଂଶୀଧର ସେଠୀଙ୍କ ଘରେ ମଙ୍ଗଳବାର ଚଢାଉ ହୋଇଛି। ସେ ଏବେ ଦିଗପହଣ୍ଡି ଆରଡବ୍ଲ୍ୟୁ ସେକ୍ସନ-୧ରେ ଜେଇ ଭାବରେ କାର୍ଯ୍ଯରତ ଅଛନ୍ତି । ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ  ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି।

ବ୍ରହ୍ମପୁର ଶକ୍ତିନଗର ଦ୍ୱିତୀୟ ଲେନରେ ତିନି ମହଲା କୋଠା, ଲୋଛାପଡ଼ାରେ ସମ୍ପର୍କୀୟଙ୍କ ଘର, ପୋଲସରା ଅନ୍ତର୍ଗତ ଚିକିରିପଡ଼ାରେ ପୈତୃକ ଘର ଓ ଦିଗପହଣ୍ଡି ସ୍ଥିତ କାର୍ଯ୍ଯାଳୟରେ ଚଢାଉ ଚାଲିଛି । ଏହି ଚଢ଼ାଉରେ ସାମିଲ ଅଛନ୍ତି ଦୁଇ ଜଣ ଡିଏସପି, ୬ ଜଣ ଇନିସପେକ୍ଟରଙ୍କ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀ । ବର୍ତ୍ତମାନ ସୁଦ୍ଧା ବଂଶୀଧର ସେଠୀଙ୍କ ପାଖରୁ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି ତାହା ସ୍ପଷ୍ଟ ହୋଇିନି ।

Leave A Reply

Your email address will not be published.