ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ୧୨ଟି ସ୍ଥାନରେ ଚାଲିଛି ଚଢଉ

ମୟୂରଭଞ୍ଜ :  ବାରିପଦା ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଏକ ସଙ୍ଗରେ ବାରିପଦା, ବାଲେଶ୍ଵର , ଭୂବନେଶ୍ୱର , ପୈତୃକ ଗ୍ରାମ ବାଲିଆପାଳ, ଶ୍ୱଶୁର ଘର, ଏବଂ ସମ୍ପର୍କୀୟ ଘରେ ଏକ ସଙ୍ଗରେ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଇଥିବା ସୂଚନା ମିଳିଛି । ଭୁବନେଶ୍ବର ଭିଜିଲାନ୍ସ ଟିମ୍ ନେତୃତ୍ବରେ ଏକକାଳୀନ ୧୨ଟି ସ୍ଥାନରେ ଚଢ଼ଉ କରାଯାଇଛି ।

ବାରିପଦାସ୍ଥିତ କାର୍ଯ୍ୟାଳୟ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଭଞ୍ଜପୁର ସ୍ଥିତ ବାସସ୍ଥାନ, ବାଲିଆପାଳର ଭୋଗରାଇ ସ୍ଥିତ ପୈତ୍ୟୁକ ଘର। ତେବେ ଦୀର୍ଘ ଆଠ ବର୍ଷ ଧରି ଯନ୍ତ୍ରୀ ଗୋଟିଏ କାର୍ଯ୍ୟାଳୟରେ ଚାକିରୀ କରୁଥିବା ବେଳେ ବହୁ ଦୁର୍ନୀତିରେ ସଂପୃକ୍ତ ଥିବାର ପୂର୍ବରୁ ଖବର ମଧ୍ୟ ପ୍ରକାଶ ହୋଇଥିଲା। ଠିକାଦାରଙ୍କ ଜାଲି ଦସ୍ତଖତକୁ ନେଇ ଅନେକ ସମୟରେ ଟଙ୍କା ଉଠାଇ ନେଇଥିବାର ଠିକାଦାର ଅଭିଯୋଗ ଆଣିଥିଲେ। ଏହା ସହିତ ଜିଏସଷ୍ଟି ଠକେଇ ମାମଲାରେ ତଦନ୍ତ ଚାଲୁରହିଥିବାର ନଜିର ମଧ୍ୟ ରହିଛି।ଉତ୍ତରାଞ୍ଚଳ ଭିଜିଲାନ୍ସ ଆରକ୍ଷୀ ଅଧିକାରୀ ନିଜେ ଉପସ୍ଥିତ ରହି ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.