ଭିଜିଲାନ୍ସ ଜାଲରେ ଖଡିଆଳ ବନ ବିଭାଗ ରେଞ୍ଜର

ନୂଆପଡା: ଭିଜିଲାନ୍ସ ଜାଲରେ ରେଞ୍ଜର। ନୂଆପଡ଼ା ଜିଲା ଖଡିଆଳ ବନ ବିଭାଗ ରେଞ୍ଜର ସଦାନନ୍ଦ ସୁନାନିଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ଖଡିଆଳ ସ୍ଥିତ ସରକାରୀ ବାସଭବନ ସମେତ ସିନାପାଲି ଥାନା ନିଲଜି ଗାଁର ଥିବା ସମ୍ପର୍କୀୟଙ୍କ ୨ଟି ଘରେ ଚଢ଼ାଉ ଜାରି ରହିଛି । ବର୍ତ୍ତମାନ ପର୍ଯ୍ଯନ୍ତ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ି ନାହିଁ।