ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଟ୍ଟା ଦେବା ପାଇଁ ୫୦୦୦ ଲାଞ୍ଚ ନେବା ବେଳେ ମାଡି ବସିଲେ ଭିଜିଲାନ୍ସ

ବୈପାରୀଗୁଡା : କିଛି ଦିନ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତହସିଲ ଠାରେ ଲୋକଙ୍କୁ ଉତ୍ତମ ସେବା ଯୋଗେଇବା ନିର୍ଦେଶ ଦେଇଥିଲେ । କିନ୍ତୁ ଆଜି ଜଣେ ବ୍ୟକ୍ତିଙ୍କୁ ଜମି ପଟ୍ଟା ଦେବା ପାଇଁ ବୈପାରୀଗୁଡା ତହସିଲର ବରିଷ୍ଠ କିରାଣୀ ସତ୍ୟନାରାୟଣ ଦଳେଇ 5000 ଟଙ୍କା ଦେବା ପାଇଁ କହିଥିଲେ ନହେଲେ ପଟ୍ଟା ଦେବିନି କହିଥିଲେ । ତେଣୁ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସର ଦ୍ୱାରସ୍ତ ହୋଇଥିଲେ ଆଜି ଜୟପୁର ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ 7ଜଣିଆ ଟିମ ଶ୍ରୀ ଦଳେଇ 5000 ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସି ଧରିଥିଲେ । ତେବେ ତାଙ୍କ ବାସ ଭବନରେ ମଧ୍ୟ ଚଢାଉ କରାଯାଇଥିବା ଜଣା ପଡିଛି ।

Leave A Reply

Your email address will not be published.