ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହଙ୍ଗା ପଡ଼ିଲା ଲକ୍ଷେ ଟଙ୍କା ଲାଞ୍ଚ: ଭିଜିଲାନ୍ସ ପଞ୍ଝାରେ ଭିଜିଲାନ୍ସର ସ୍ୱତନ୍ତ୍ର ସରକାରୀ ଓକିଲ

ଭବାନୀପାଟଣା: ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଭିଜିଲାନ୍ସର ସ୍ୱତନ୍ତ୍ର ସରକାରୀ ଓକିଲ। ପୁରୁଣା ମାମଲାର ରଫାଦଫା ପାଇଁ ଲାଞ୍ଚ ନେଉଥିଲେ । ଭବାନୀପାଟଣା ଭିଜିଲାନ୍ସର ସ୍ୱତନ୍ତ୍ର ସରକାରୀ ଓକିଲ ଆଶୁତୋଷ ମିଶ୍ରଙ୍କୁ ଧରିଛି କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ।

ଅଭିଯୋଗ ଅନୁଯାଯୀ, ମହୁଲପାଟଣା ଫାଣ୍ଡିର ପୂର୍ବତନ ଏଏସଆଇ ମଳୟ ରଣାଙ୍କ ଭିଜିଲାନ୍ସ କେସ୍ ରଫାଦଫା ପାଇଁ ଏହି ଡିଲ୍ ହୋଇଥିଲା । ଆଶୁତୋଷ ମିଶ୍ର ୩ ଲକ୍ଷ ଟଙ୍କା ଦାବି କରିଥିଲେ । ଆଜି ତାଙ୍କ ଟିଭି ସେଣ୍ଟର ପଡ଼ା ବାସଭବନରେ ଲକ୍ଷେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା ।

Leave A Reply

Your email address will not be published.