ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ । ରାଜଗାଙ୍ଗପୁର ବ୍ଲକ କୁକୁଡ଼ା ସମବାୟ ସମିତି ପରିଚାଳନା ନିର୍ଦ୍ଦେଶକ ପରୀକ୍ଷିତ ସାହୁଙ୍କ ଘରେ ଭିଜିଲାନ୍ସ  ପକ୍ଷରୁ ଚଡାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସଭବନ ସମେତ ଅଫିସରେ ଚାଲିଛି ଏକକାଳୀନ ଚଢ଼ାଉ ଜାରି ରହିଛି। ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଟିମ୍ ଚଢ଼ାଉ ଜାରି ରହିଛି । ଏହି ଚଡାଉରେ କୋଡିଏ ଜଣିଆ ଟିମ ସାମିଲ ହୋଇଛନ୍ତି। ତାଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ସେ ଦୀର୍ଘ ୧୫ ବର୍ଷ ହେବ ସେ ରାଜଗାଙ୍ଗପୁର ଲ୍ୟାମ୍ପସରେ କାର୍ଯ୍ଯରତ ଅଛନ୍ତି ।

Leave A Reply

Your email address will not be published.