ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର, ଠାବ ହେଲାଣି ୨୧ଟି ପ୍ଲଟ ସମେତ ୪ଟି ବାସୋପଯୋଗୀ ଘର

ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଥିବା ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଅମାପ ସମ୍ପତ୍ତି ଠାବ ହୋଇଛି। ଚଢାଉ ବେଳେ ତହସିଲଦାରଙ୍କ ନାମରେ ୨୧ଟି ପ୍ଲଟ୍ ଥିବା ଜଣାପଡ଼ିଛି। ଏଥିସହ ୨ଟି ବହୁତଳ କୋଠା, ୪ଟି ବାସୋପଯୋଗୀ ଘର ମଧ୍ଯ ଠାବ ହୋଇଛି। ଏହା ବ୍ଯତୀତ ୨ଟି ବୋଲେରୋ, ୨ଟି ଟ୍ରାକ୍ଟର, ୨ଟି ଟ୍ରେଲର ଓ ୩ଟି ବାଇକ ଠାବୋ ହୋଇଛି। ବ୍ୟାଙ୍କ ଜମା, ବୀମା ଓ ଗହଣା ଆଦି ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଜାରି ରହିଛି। ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.