ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀଙ୍କୁ ବାନ୍ଧିଲା ଭିଜିଲାନ୍ସ : ଜବତ ହେଲାଣି ନଗଦ ୩ କୋଟିରୁ ଅଧିକ ଟଙ୍କା

ଭୁବନେଶ୍ୱର: ଗିରଫ ହେଲେ କୁବେର ଯନ୍ତ୍ରୀଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନ । କଳ୍ପନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଯନ୍ତ୍ରୀ ସ୍ୱାମୀଙ୍କ ବେଆଇନ ଟଙ୍କା କାରବାରରେ ସ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । କଳ୍ପନା ପ୍ରଧାନଙ୍କୁ ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ଗତକାଲି ଯାଞ୍ଚ ବେଳେ ପଚରାଉଚରାରୁ ଭଉଣୀ ଘରେ ଟଙ୍କା ସୁନା ଥିବା କଥା ଖୁଲାସା କରିଥିଲେ କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ।

ସାଲିଆ ସାହି ସ୍ଥିତ ଘରୁ ୧ କୋଟି ୪୧ ଲକ୍ଷ ୬୨ ହଜାର ୪ଶହ ଟଙ୍କା ଜବତ ହୋଇଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ ବେଳେ କର୍ତ୍ତିକେଶ୍ବରଙ୍କର ମୋଟ୍ ୩ କୋଟି ୪୧ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି । ଯାହା ଭିଜିଲାନ୍ସ ରେଡ୍ ଇତିହାସରେ ରେକର୍ଡ ଟଙ୍କା ଜବତ ହୋଇଛି । ଏହା ସହ ୩୬୦ ଗ୍ରାମ୍ ସୁନା ଓ ଏକ କିଲୋରୁ ଅଧିକ ରୁପା ମଧ୍ୟ ଜବତ ହୋଇଛି । ସେହିପରି ପୋଖରୀପୁଟରେ ଥିବା ଟ୍ରିପ୍ଲେକ୍ସର ଦାମ ୭୮ ଲକ୍ଷ ୫୦ ହାଜର ଟଙ୍କା ବୋଲି ଜାଣିବାକୁ ପାଇଛି ଭିଜିଲାନ୍ସ ।

ସୂଚନାଯୋଗ୍ୟ ଗତ ୬ ଓ ୭ ତାରିଖରେ ଚଢ଼ାଉ ବେଳେ ଭିଜିଲାନ୍ସ କାର୍ତ୍ତିକେଶ୍ୱର ରାଉଳଙ୍କ ଘରୁ ନଗଦ ୨ କୋଟି ୩ ଲକ୍ଷ ୮୮୦ ଟଙ୍କା ଜବତ କରାଯାଇଥିଲା। ଆଉ ଏହି ଟଙ୍କାକୁ ମିଶାଇ ତାଙ୍କର ୪.୭୬ କୋଟି ଟଙ୍କାର ସଂପତ୍ତି ଠାବ କରାଯାଇଥିଲା। ତେବେ ଆଜି କାର୍ତ୍ତିକେଶ୍ୱରଙ୍କ ଶାଳି (ଦ୍ୱିତୀୟ ପତ୍ନୀଙ୍କ ଭଉଣୀ)ଙ୍କ ଘରେ ଚଢ଼ାଉ ବେଳେ ଆହୁରି ୧.୪୧ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ଏହି ଟଙ୍କା ବି କାର୍ତ୍ତିକେଶ୍ୱରଙ୍କର। ଅର୍ଥାତ୍ ତାଙ୍କ ଠାରୁ ବର୍ତ୍ତମାନ ସୁଦ୍ଧା ୩.୪୫ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଗଲାଣି। ଚଢ଼ାଉ ବେଳେ ନଗଦ ଟଙ୍କା ଜବତ କରିବାରେ ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ଏକ ରେକର୍ଡ।

Leave A Reply

Your email address will not be published.