ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ପ୍ରକଳ୍ପ ସହାୟକ: ପୋଖରୀ ବିଲ୍ କରାଇବାକୁ ନେଉଥିଲେ ଲାଞ୍ଚ, ମାଡିବସିଲା ଭିଜିଲାନ୍ସ

ଫୁଲବାଣୀ: ଭିଜିଲାନ୍ସ ଜାଲରେ ପ୍ରକଳ୍ପ ସହାୟକ। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପ୍ରୋଜେକ୍ଟ ଇମ୍ପ୍ଲିମେଣ୍ଟିଂ ଏଜେନ୍‌ସୀ ( PIA)  ଅଫିସ୍‌ର ସହାୟକ ନଗେନ୍ଦ୍ର ନାଥ ସ୍ୱାଇଁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଡୁପି ଓ ଏଡିପଦର ଗାଁର ୪ ଜଣ ହିତାଧିକାରୀଙ୍କ ଫାର୍ମ ପୋଖରୀ ବିଲ୍‌ କରାଇ ଦେବାକୁ ସେ ଏହି ଲାଞ୍ଚ ନେଉଥିଲ। କୁତାମଗଡ଼ା ନିକଟରେ ଟଙ୍କା ନେଉଥିବା ବେଳେ ତାଙ୍କୁ ମାଡିବସିଥିବା ଭିଜିଲାନ୍ସ ଟିମ । ନଗେନ୍ଦ୍ର ନାଥ ସ୍ୱାଇଁଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏ ସଂକ୍ରାନ୍ତରେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନରେ ଏକ ମାମଲା ରୁଜୁ ହୋଇଛି। ଏହାପରେ ଫୁଲବାଣୀ ପ୍ରକୃତି ବିହାର ରେସିଡେନ୍ସି, ବାଲିଗୁଡା ଚମ୍ପାସାହି ରେସିଡେନ୍ସି  ସହ ତାଙ୍କ କାର୍ଯ୍ଯାଳୟରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି।

 

Leave A Reply

Your email address will not be published.