ଲାଞ୍ଚ ନେବା ବେଳେ ଢେଙ୍କାନାଳ ଲ କଲେଜ ମୁଖ୍ୟ କିରାଣିଙ୍କୁ ଧରିଲା ଭିଜିଲାନ୍ସ

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟର କିରାଣି ଉତ୍ତମ ରାଉତ । ଲାଞ୍ଚ ନେବା ବେଳେ ଲ କଲେଜ ମୁଖ୍ୟ କିରାଣି ଉତ୍ତମ ରାଉତଙ୍କୁ ଧରିଛି ଭିଜିଲାନ୍ସ।
ସୂଚନା ଅନୁଯାୟୀ, ମାସୁଦ୍ ହୁସେନ ନାମକ କଲିକତାର ଜଣେ ଆଇନ ଛାତ୍ରଙ୍କର ଆଟେଣ୍ଡାନ୍ସ ସାର୍ଟିଫିକେଟ କରିଦେବା ପାଇଁ ଉତ୍ତମ ରାଉତ ୮ହଜାର ୫ଶହ ଟଙ୍କା ଲାଞ୍ଚ ନେଉଥିଲେ। ଆଜି ଦିନ ୧୧ଟା ବେଳେ ପୂର୍ବରୁ ଖବର ପାଇଥିବା ଭିଜିଲାନ୍ସ ବିଭାଗ ଲାଞ୍ଚ କାରବାର ହେଉଥିବା ବେଳେ ମୁଖ୍ୟ କିରାଣି ଉତ୍ତମଙ୍କୁ ମାଡ଼ି ବସିଥିଲା। ଏବେ ଉତ୍ତମଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଏଥି ସହିତ କଟକ, ଢେଙ୍କାନାଳ ଓ ଅନୁଗୁଳ ଜିଲା ସ୍ଥିତ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି।