ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡିବସିଲା ଭିଜିଲାନ୍ସ, ଏଏସଆଇ ଓ ମଧ୍ୟସ୍ଥି ଗିରଫ

କେନ୍ଦ୍ରାପଡା: ଅଭିଯୋଗକାରୀଙ୍କ ଚାର୍ଜସିଟରେ ଦଫା କୋହଳ କରିବାକୁ ପୋଲିସ ଏଏସଆଇ ମଧ୍ୟସ୍ଥି ଜରିଆରେ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି । କେନ୍ଦ୍ରାପଡା ସଦର ଥାନାରେ କାର୍ଯ୍ୟରତ ଏଏସଆଇ ୭ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି । ଅଭିଯୋଗ ମୁତାବକ, କୋରୁଆ ଗ୍ରାମର ମିହିର ଲେଙ୍କାଙ୍କ ନାମରେ ଥିବା ଏକ ମିଛ ମାମଲାର ଦଫା କମ କରିଦେବା ପାଇଁ ଏ.ଏସ.ଆଇ ମିଶ୍ର ଏହି ଟଙ୍କା ଜଣେ ଦଲାଲ ଜରିଆରେ ନେଉଥିଲେ । ମିହିରଙ୍କ ନାମରେ ଥିବା ୩୦୭ ଦଫାକୁ କାଟି କୋହଳ ଦଫା ୧୦୭ କରିଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୩ ହଜାର ଟଙ୍କା ନେଇଥିବା ବେଳେ ଗୁରୁବାର ନିଜ ମଧ୍ୟସ୍ତି ଜରିଆରେ ଅବଶିଷ୍ଟ ୭ ହଜାର ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଟିମ ଧରିଥିଲା । ତେବେ ଏହି ଘଟଣାରେ ସଂପୃକ୍ତ ମଧ୍ୟସ୍ତି ବିଜୟ କୁମାର ବେହେରାକୁ ମଧ୍ୟ ଭିଜିଲାନ୍ସ ଟିମ ସ୍ପଟରୁ ଗିରଫ କରିଛି। ଉଭୟଙ୍କ ଠାରୁ ଲାଞ୍ଚ ବାବଦ ଟଙ୍କା ଜବତ କରାଯାଇଛି । ତେବେ ଭିଜିଲାନ୍ସ ଟିମ ଏ.ଏସ.ଆଇ ପୃଥ୍ୱୀରାଜ ମିଶ୍ରଙ୍କ ସରକାରୀ କ୍ୱାର୍ଟର ସହ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିବା ଜାଣିବାକୁ ମିଳିଛି ।

Leave A Reply

Your email address will not be published.