ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଛେଳି ପାଇଁ ବନ୍ଧା ପଡିଲେ ପ୍ରାଣୀଧନ ନିରୀକ୍ଷକ

ବଲାଙ୍ଗିର: ପ୍ରାଣୀଧନ ନିରୀକ୍ଷକଙ୍କ ଭୁଲ ଚିକିତ୍ସା ଯୋଗୁଁ ଛେଳିର ଜୀବନ ଚାଲିଗଲା। ହୃଷ୍ଟପୃଷ୍ଟ ଥିବା ଛେଳି ମାତ୍ର କେଇ ଘଣ୍ଟା ମଧ୍ୟରେ ଆଖି ବୁଜିଦେଲା। ତେବେ ଡାକ୍ତର ଅବହେଳା ଯୋଗୁଁ ଏସବୁ ହୋଇଥିବା ଅଭିଯୋଗ ନେଇ ମାଲିକ ଡାକ୍ତରଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରେ ବାନ୍ଧି ରଖିବା ଭଳି ଘଟଣା ଘଟିଛି ବଲାଙ୍ଗିର ସଦର ଥାନା ଅର୍ନ୍ତଗତ ଛତାମଖନା ପଞ୍ଚାୟତର ପ୍ରଧାନପାଲି ଗାଁରେ।

ସୂଚନା ଅନୁସାରେ ପ୍ରଧାନପାଲି ଗାଁର ସତ୍ୟ ପ୍ରଧାନଙ୍କ ଛେଳି ହଠାତ ଅସୁସ୍ଥ ହୋଇପଡିଥିଲା। ତା’ର ଚିକିତ୍ସା ପାଇଁ ସତ୍ୟ ଛତାମଖନାରେ ଥିବା ପ୍ରାଣୀଧନ ନିରୀକ୍ଷକଙ୍କୁ ଯୋଗାଯୋଗ କରିଥିଲେ। ତେବେ ଏଲଆଇ ଅବହେଳା କରି ବିଳମ୍ବରେ ଆସିଥିଲେ। ଚିକିତ୍ସା ସମୟରେ ସେ କୌଣସି ଏକ ଇଞ୍ଜେକ୍ସନ ଦେବାରୁ ହଠାତ ଛେଳିର ମୃତ୍ୟୁ ହୋଇଥିବା ସତ୍ୟ ଅଭିଯୋଗ କରିଥିଲେ। ଏନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ ଭୁଲ ଚିକିତ୍ସା କରିଥିବା କହି ଏଲଆଇ ଏବଂ ତିନି ଜଣ ସହଯୋଗୀଙ୍କୁ ଗାଁରେ ଅଟକ ରଖିଥିଲେ। ଗତ ସପ୍ତାହରେ ୨୨ ହଜାର ଟଙ୍କା ଦେଇ କିଣିଥିବା ଛେଳି ର ମୃତ୍ୟୁ ଚିକିତ୍ସକ ଙ୍କ ଅବହେଳା ଯୋଗୁଁ ହୋଇଥିବା ନେଇ ସେ ପ୍ରକାଶ କରିବା ସହ ଛେଳି ମୃତ୍ୟୁର କ୍ଷତିପୂରଣ ଦେବାକୁ ସେ ଦାବି କରିଥିଲେ। ଦୀର୍ଘ ୫ ଘଣ୍ଟା ସମୟ ଧରି ଏଲଆଇ ଅଟକ ରହିଥିଲେ। ପରେ କ୍ଷତିପୂରଣ ବାବଦକୁ ୧୦ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦେବାପରେ ସେମାନଙ୍କୁ ଛାଡି ଦିଆଯାଇଥିବା ଜଣାପଡିଛି।

Leave A Reply

Your email address will not be published.