ହଜିଯାଇଛି କି ପାନ୍ କାର୍ଡ ? ତେବେ ଜାଣନ୍ତୁ ସହଜରେ ଘରେ ବସି କିପରି ଅନ୍ଲାଇନ୍ରୁ ଡାଉନ୍ଲୋଡ୍ କରିପାରିବେ ଇ-ପାନ୍ କାର୍ଡ

ଆଧାର କାର୍ଡ ପରି ପାନ୍ କାର୍ଡ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ । ଏହା ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ୟବହୃତ ହୁଏ । ଯେତେବେଳେ ଆପଣ କୌଣସି ବଡ ଅନୁଷ୍ଠାନରେ ଚାକିରି ପାଇଁ ଯିବେ ସେଠାରେ ପାନ୍ କାର୍ଡ ନିହାତି ଦରକାର। କାରଣ ଆପଣଙ୍କ PF ଆକାଉଣ୍ଟ୍ କରିବାବେଳେ ପାନ୍ କାର୍ଡ ଦରକାର । ଏହା ବ୍ୟତୀତ ପାନ୍ କାର୍ଡକୁ ଏକ ID କାର୍ଡ ଭାବରେ ମଧ୍ୟ ବ୍ୟବହାର କରାଯାଏ । ପ୍ରାୟତ ଦେଖାଯାଏ ଯେ ଯଦି ପାନ୍ କାର୍ଡ କେଉଁଠି ଗଳି ପଡିଥାଏ କିମ୍ବା ହଜିଯାଇଥାଏ ତେବେ ଲୋକମାନେ ବହୁତ ଚିନ୍ତିତ ରୁହନ୍ତି।
ଏହି ପରିସ୍ଥିତିରେ ଆପଣଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଆଜି ଆମେ କହିବାକୁ ଯାଉଛୁ କି ଆପଣ କିପରି ଅନଲାଇନରେ ଇ ପାନ୍ କାର୍ଡ ଡାଉନଲୋଡ୍ କରିପାରିବେ । ଅନ୍ଲାଇନ୍ରେ ପାନ୍ କାର୍ଡ ଡାଉନଲୋଡ୍ କରିବା ଅତି ସହଜ ପ୍ରକ୍ରିୟା । ଏଥିରେ କୌଣସି ଜଟିଳତା ନାହିଁ। ଘରେ ବସିଥିବା ମୋବାଇଲ୍ ଫୋନରୁ ଆପଣ ଏହାକୁ ସହଜରେ ଡାଉନଲୋଡ୍ କରିପାରିବେ ।
ଆସନ୍ତୁ ଜାଣିବା କିପରି କରିବେ ଇ-ପାନ୍ କାର୍ଡ ଡାଉନଲୋଡ୍
- ପାନ୍ କାର୍ଡ ଡାଉନଲୋଡ୍ କରିବାକୁ, ଆପଣଙ୍କୁ ପ୍ରଥମେ ଏହି ଲିଙ୍କ୍ ପରିଦର୍ଶନ କରିବାକୁ ପଡିବ https://www.onlineservices.nsdl.com/paam/requestAndDownloadEPAN.html
- ଏହା ପରେ PAN ର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣଙ୍କର ଆବଶ୍ୟକୀୟ ବିବରଣୀ ପ୍ରବେଶ କରନ୍ତୁ । ସବିଶେଷ ତଥ୍ୟ ପୁରଣ କରିବା ପରେ, ଘୋଷଣା ବାକ୍ସକୁ ଟିକ୍ କରନ୍ତୁ ଏବଂ କ୍ୟାପଚା ପ୍ରବେଶ କରି ଦାଖଲ କରନ୍ତୁ ।
- ବର୍ତ୍ତମାନ ଆପଣଙ୍କ ପାନର ସମସ୍ତ ଆବଶ୍ୟକୀୟ ବିବରଣୀ ଆପଣଙ୍କ ସାମ୍ନାରେ ପରଦାରେ ଦେଖାଯିବ । ବର୍ତ୍ତମାନ ଆପଣଙ୍କ ପାନ୍ ଭେରିଫିକେସନ୍ (ଯାଞ୍ଚ) ପାଇଁ ଆପଣଙ୍କୁ ଯେକୌଣସି ଗୋଟିଏ ମୋଡ୍ ଉପରେ କ୍ଲିକ୍ କରିବାକୁ ପଡିବ ।
- ଏହା ପରେ (ଡିକ୍ଲାରେସନ୍) ଘୋଷଣା ବାକ୍ସକୁ ଟିକ୍ କରି ଜେନେରେଟ୍ OTP ଉପରେ କ୍ଲିକ୍ କରନ୍ତୁ।
- କିଛି ସମୟ ପରେ ଆପଣଙ୍କ ମୋବାଇଲ୍ ନମ୍ବରରେ ଏକ OTP ଆସିବ । ସେହି OTP ପୁରଣ କରନ୍ତୁ ଏବଂ ବୈଧତା( ଭେଲିଡେଟ୍) ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।
- ଏହା କରିବା ପରେ, Continue With Paid E-PAN Download Facility ଉପରେ କ୍ଲିକ୍ କରନ୍ତୁ ।
- ଏହା ପରେ ଯେ କୌଣସି ପେମେଣ୍ଟ ଗେଟୱେ(ଫୋନ୍ ପେ,ଗୁଗୁଲ ପେ , ଇତ୍ୟାଦି) ଚୟନ କରନ୍ତୁ , (ଟର୍ମ ଆଣ୍ଡ କଣ୍ଡିସନ) ଚୁକ୍ତିନାମାକୁ ଟିକ୍ କରନ୍ତୁ ଏବଂ ପେମେଣ୍ଟ କନଫର୍ମ (ଦେୟ ନିଶ୍ଚିତ) କରିବାର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
- ବର୍ତ୍ତମାନ ଏକ ପେମେଣ୍ଟ ପେଜ ଆପଣଙ୍କ ସାମ୍ନାକୁ ଆସିବ, ସେଠାରେ ଆପଣଙ୍କୁ ୯ ଟଙ୍କା ଦେବାକୁ ପଡିବ । ପେମେଣ୍ଟ ହୋଇଯିବା ପରେ ଆପଣଙ୍କ Continue ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ ।
- ଏହାପରେ ଆପଣ ଯେଉଁ ୯ ଟଙ୍କା ପେମେଣ୍ଟ କେଲେ ତାହାର ରସିଦ ଆସିବ ଏବଂ ଡାଉନଲୋଡ୍ E PAN Download Options ଆସିବ। ଆପଣ ଡାଉନଲୋଡ୍ E PAN ଉପରେ କ୍ଲିକ୍ କରିବେ।
- କିଛି ସମୟ ପରେ ଆପଣଙ୍କ ଇ ପ୍ୟାନ୍ କାର୍ଡ ଆପଣଙ୍କ ମୋବାଇଲ୍ ଫୋନ୍ କିମ୍ବା PC ରେ E PAN କାର୍ଡ ଡାଉନଲୋଡ୍ ହୋଇଯିବ।